ଖଡ଼ିଆଳ ସହରର ଅନେକ ଅଂଚଳରେ ବିଦ୍ୟୁତ ବିଭ୍ରାଟ, ୧୪ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରି ନାହିଁ

0 62

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଖଡ଼ିଆଳ ନିଲଜି ବନ୍ଧ ନିକଟରେ ଏକ ବିଶାଳ ତାଳ ଗଛ ପଡି ଯିବାରୁ ବିଦ୍ୟୁତ ସେବା ୫ ତାରିଖ ସନ୍ଧ୍ୟା ୫ଟାରୁ ବ୍ୟାହତ ହୋଇଛି । ବିଦ୍ୟୁତ ବିଭାଗର ଉଦାସହିନତା ଓ ବିଳମ୍ବରେ ଗଛ କଟା ଏବଂ ମରାମତି କାର୍ଯ୍ୟ ଆରମ୍ଭ ହେବାରୁ ଦୀର୍ଘ ୧୪ ଘଣ୍ଟାରୁ ଅଧିକ ସମୟ ହେଲା ସହରର ବ୍ରାହ୍ମଣ ପଡା, ଶବରପଡା, ଗୋକୁଳ ନଗର, ଲକ୍ଷ୍ମୀ ଛକ ଓ ପୁଟୁପଡା ପରି ଅନେକ ଗୁଡିଏ ଅଞ୍ଚଳ ରାତିସାରା ଅନ୍ଧକାରରେ ଵିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତସେବା ସ୍ୱାଭାଭିକ ହୋଇପାରି ନାହିଁ । ଏହିସବୁ ସ୍ଥାନରେ ସହରର ଅନେକ ଅଞ୍ଚଳକୁ ପମ୍ପ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ରହିଛି । ବିଦ୍ୟୁତ ସେବା ଅତିଶୀଘ୍ର ସ୍ୱାଭାଭିକ ନହେଲେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବେ । ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.