ରେଳ କର୍ମଚାରୀଙ୍କ ପାଇଁ ଉତ୍ପାଦକତା ଲିଙ୍କ୍ ବୋନସ୍

0 75

ଭୁବନେଶ୍ୱର :କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କ୍ ବୋନସ୍ (ପ୍ରଡକ୍ଟିଭିଟି ଲିଙ୍କ୍ ବୋନସ୍ ପିଏଲବି) ପାଉଣା କରିବାକୁ ଅନୁମୋଦନ କରାଯାଇଛି ।

ଆର୍ôଥକ ବର୍ଷ ୨୦୨୦-୨୧ ପାଇଁ ଏହା ୭୮ ଦିନର ମଜୁରୀ ସହିତ ସମାନ ହେବ । ଆରପିଏଫ୍ କର୍ମଚାରୀଙ୍କୁ ବାଦ ଦେଇ ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଏହି ଉତ୍ପାଦକତା ଲିଙ୍କ୍ ବୋନସ୍ ଦ୍ୱାରା ହିତାଧିକାରୀ ହେବେ ।

ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପାଇଁ ସର୍ବାଧିକ ଦେୟ ହେଉଛି ୧୭,୯୫୧/- ଟଙ୍କା । ଏହି ଉତ୍ପାଦନ ଲିଙ୍କଡ୍ ବୋନସ୍ ସମସ୍ତ ରେଳ କର୍ମଚାରୀ ଯଥା ଟ୍ରାକ ମେେଂଟନର, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, କେଂଟ୍ରାଲର ( ନିୟନ୍ତ୍ରକ), ପଏଂଟମ୍ୟାନ୍, କିରାଣୀ ଓ ଅନ୍ୟ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ ।

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପିଏଲବି ପାଇଁ ପ୍ରାୟ ୧୯୮୪.୭୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋଭିଡ -୧୯ ପ୍ରତିକୂଳ ପରିସ୍ଥିତିର ଆର୍ôଥକ ସମସ୍ୟା ସତ୍ୱେ ଏହି ପିଏଲବି ଦେୟ ପାଇଁ ଉପରୋକ୍ତ ନିଷ୍ପତି ନିଆଯାଇଛି ।

ନିର୍ଦ୍ଦିଷ୍ଟ ଫର୍ମୁଲା ଆଧାରରେ କାର୍ଯ୍ୟ କରାଯାଇଥିବା କାର୍ଯ୍ୟ ଦିବସ ଅପେକ୍ଷା ପିଏଲବି କାର୍ଯ୍ୟ ଦିବସ ଦିଆଯାଉଥିବା ପ୍ରକୃତ ସଂଖ୍ୟା ଅଧିକ ଅଟେ । ରେଳବାଇର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ପିଏଲବି ଦେୟ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ ।

Leave A Reply

Your email address will not be published.