ଦ୍ୱିତୀୟ ଡୋଜ୍ ଉପରେ ଦିଆଯାଉଛି ଗୁରୁତ୍ୱ

0 66

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟିକାକରଣ ହୋଇଛି । ୨ କୋଟି ୩୦ ଲକ୍ଷ ପ୍ରଥମ ଡୋଜ ଏବଂ ୯୧ ଲକ୍ଷ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି । ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି । ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ କିପରି ଦିଆଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟିକାକରଣ ପାଇଁ ପ୍ରୟାସ କରାଯାଉଛି । ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି । ବର୍ତମାନ ୨୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି । ଦୈନିକ ୪ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି ।’

ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଭିନ୍ନକ୍ଷମ, ବୟସ, ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଟିକା ଦିଆଯିବା ନେଇ ଜିଲ୍ଲା ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଜିଲ୍ଲା ସ୍ତରରେ ହେଲ୍ପଲାଇନ ନମ୍ବର କରାଯାଇଛି । ସେମାନେ ପବ୍ଲିସ୍ କରିବେ । ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଂଚି ଟିକାକରଣ କରାଯିବ । ଏହି ଯୋଜନା ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଘର ପାଖରେ ଟିକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି । ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି, କେବଳ ସେମାନଙ୍କୁ ଘରେ ଟିକା ଦିଆଯିବ । ଗୋଟିଏ ଡୋଜ ନେଲେ ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ । ତେଣୁ ଦ୍ୱିତୀୟ ଡୋଜ ନେବା ଜରୁରୀ । ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ନେବା ଜରୁରୀ ।

Leave A Reply

Your email address will not be published.