ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ : ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି ?

0 60

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁର ଖେରି ମାମଲାକୁ ନିଜ ତରଫରୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କହିଛନ୍ତି । ଷ୍ଟାଟସ ରିପୋର୍ଟ ମିଳିବା ପରେ ଶୁକ୍ରବାର ମାମଲାର ପରବର୍ତ୍ତି ଶୁଣାଣି ହେବ । ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଥିଲେ ଯେ, ଦୁଇଜଣ ଓକିଲ ତାଙ୍କୁ ଏହି ପ୍ରସଙ୍ଗକୁ ନେଇ ପତ୍ର ଲେଖିଥିଲେ । ପତ୍ର ଲେଖିଥିବା ଓକିଲଙ୍କ ନାମ ହେଉଛି ଶିବକୁମାର ତ୍ରିପାଠୀ ଓ ସିଏସ୍ ପଣ୍ଡା । ପ୍ରଧାନ ବିଚାରପତି ଦୁଇ ଓକିଲଙ୍କୁ ଅଦ।।ତକୁ ଡାକିବା ପାଇଁ କହିଥିଲେ । ଓକିଲ ଶିବ କୁମାର କହିଥିଲେ ଯେ, ସେଠାରେ ମାନବାଧିକାର ଉଲ୍ଲଂଘନ ହୋଇଛି ଓ ୟୁପି ସରକାର ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ୟୁପି ସରକାରଙ୍କ ଓକିଲଙ୍କୁ ପୁରା ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରି ଥିଲେ । ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିଛନ୍ତି ବୋଲି ୟୁପି ସରକାରଙ୍କ ଓକିଲ ଉତ୍ତର ରଖିଥିଲେ । ୟୁପି ସରକାରଙ୍କ ଓକିଲଙ୍କ ଉତ୍ତର ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଷ୍ଟାଟସ ରିପୋର୍ଟରେ କେତେଜଣଙ୍କ ବିରୋଧରେ ଏଫ୍ଆଇଆର ଦାଏର ହୋଇଛି ଓ କେତେଜଣ ଗିରଫ ହୋଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପଚାରିଛନ୍ତି ଯେ, ୪ ଜଣ କୃଷକ, ଜଣେ ସମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ହତ୍ୟା ହୋଇଛି । ଆମେ ଜାଣିବାକୁ ଚାହୁଁଛୁ ଯେ, ଏହି ମାମଲାରେ ଅଭିଯୁକ୍ତ କିଏ ଓ ତାଙ୍କୁ ଗିରଫ କରାଗଲାଣି କି ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଜଣେ ମୃତକ ଲଭ୍ପ୍ରିତଙ୍କ ରୁଗ୍ଣ ମା’ଙ୍କ ଚିକିତ୍ସା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି । ଏନେଇ ୟୁପି ସରକାର ଆସନ୍ତାକାଲି ସର୍ବୋଚ୍ଚ ଅଦାଲତଙ୍କୁ ସୂଚିତ କରିବେ ।

Leave A Reply

Your email address will not be published.