ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

0 68

ପଟ୍ଟାମୁଣ୍ଡାଇ : ଆଜାଦି କା ଅମ୍ରିତ ମହୋତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଓ ପଥପ୍ରାନ୍ତ ସଭା ନିକଟସ୍ଥ ବାଛରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବାଛରା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଟାମୁଣ୍ଡାଇ ନ୍ୟାୟାଳୟର ସବଜଜ ଗୋପବନ୍ଧୁ ଗଡ଼ନାୟକ ଯୋଗଦେଇ ସାଧାରଣ ଲୋକଙ୍କ ପାଇଁ ସରକାରୀ ଭାବେ କିପରି ନିଃଶୁଳ୍କ ଆଇନ ସେବା ଉପଲଦ୍ଧ ଅଛି ତାଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ଏମବିକେ ସଂଗୀତା ପ୍ରଧାନଙ୍କ ନେତୃତ୍ୱରେ ବହୁତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ପରେ ଗ୍ରାମରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଆଡ଼ଭୋକେଟ ଭବାନୀ ପଣ୍ଡା, ବିଦ୍ୟାଭୂଷଣ ଦାଶ, ପାରା ଆଇନ ସ୍ୱେଚ୍ଛାସେବୀ ଅମର ରାଉତ, ଅକ୍ଷୟ ପରିଡା, କ୍ଷୀରୋଦ ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ. କାର୍ଯ୍ୟକ୍ରମକୁ ଆଇନ ସେବା ସମିତି ପକ୍ଷରୁ ଅପର୍ଣ୍ଣା ସାମଲ ଓ ମୋହନ ଦାଶ ପରିଚାଳନା କରିଥିଲେ ।

Leave A Reply

Your email address will not be published.