ସଂକ୍ରମଣ ବଢ଼ିଲେ ମାଇକ୍ରୋ କେଂଟନମେଂଟ ଜୋନ୍ କରାଯିବ : ଡିଏମଇଟି

0 65

ଭୁୁବନେଶ୍ୱର : ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କେଂଟନମେଂଟ ଜୋନ୍ କରାଯିବ । ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କେଂଟନମେଂଟ ଜୋନ୍ କରାଯାଇଥିଲା । ମାତ୍ର ଭୁବନେଶ୍ୱରରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି । ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ସଂକ୍ରମଣ ବୃଦ୍ଧି ର୍ନିଭର କରୁଛି ବୋଲି ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ । ଫରେଷ୍ଟ ପାର୍କ ଅଂଚଳର ଏକ ଆପାର୍ଟମେଂଟକୁ କେଂଟନମେଂଟ ଜୋନ୍ ଘୋଷଣା କରାଯାଇଛି । ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଂଟକୁ ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କେଂଟନମେଂଟ ଜୋନ୍ ଘୋଷଣା କରିଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.