ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ

0 58

ସମ୍ବଲପୁର : ସମ୍ବଲପୁର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ଅଧିକରୁ ଅଧିକ ପ୍ରଚାର ପ୍ରସାର ପାଇଁ ସଦା ସର୍ବଦା ତତ୍ପରତା ସହକାରେ କାର୍ଯ୍ୟ କରୁଥୁବା ଓ ପଶ୍ଚିମାଞ୍ଚଳର ଅଧିକାର ପାଇଁ ଲଢେଇ କରୁଥିବା ଅଞ୍ଚଳର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆଇ.ଆଇ.ଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ୱାଲଙ୍କୁ ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ଭାବରେ ସମ୍ମାନିତ କରାଯାଇଛି ।

ମଞ୍ଚ ପକ୍ଷରୁ ବର୍ଷ ବ୍ୟାପି ଆୟୋଜିତ ହେଉଥିବା ବିବିଧ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଅଗଷ୍ଟ-୧ ସମ୍ବଲପୁରୀ ଦିନ୍ ଓ ଜାତୀୟ ସମ୍ବଲପୁରୀ ସମ୍ମେଳନ ମୁଖ୍ୟ ଆକର୍ଷଣ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ବାନ୍ଧକଳା, ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ ବର୍ଷ ସମ୍ବଲପୁରୀ ଦିନ୍ ରେ ଗୁରୁଶ୍ରୀ ସତ୍ୟନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନ ପ୍ରଦାନ କରାଯାଇଥାଏ । ସେହିପରି ଜାତୀୟ ସମ୍ବଲପୁରୀ ସମ୍ମେଳନରେ ମଧ୍ୟ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ସମ୍ବଲପୁରୀ ଦିନ୍ ରେ ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନ ଆରମ୍ଭ କରାଯାଇଛି । ଗତ ବର୍ଷ ଓ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଖୋଲା ମଞ୍ଚରେ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିନଥିଲା । ତେଣୁ ଆଜି ମଞ୍ଚର ସଦସ୍ୟବୃନ୍ଦ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ସମ୍ବଲପୁର ଆଇଆଇଏମକୁ ଯାଇ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରିଥିଲେ ।

ଏହି ସ୍ୱତନ୍ତ୍ର ସମ୍ମାନିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା ଶ୍ରୀଯୁକ୍ତ ନାଉରି ନାୟକ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ତଥା ଅନ୍ୟତମ ଉପଦେଷ୍ଟା ଡ଼.ପ୍ରମୋଦ କୁମାର ରଥ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆର୍ଥ ସଂଯୋଜକ ସୁବୋଧ କୁମାର ଦୋରା, ଅନ୍ୟତମ ସକ୍ରିୟ ସଦସ୍ୟ ଜୟନ୍ତ କୁମାର ଦାଶ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.