ଟ୍ରକ୍ ଧକ୍କାରେ ସାଇକେଲ ଅ।ରୋହୀଙ୍କ ମୃତ୍ୟୁ

0 71

ଗଞ୍ଜାମ : ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଏସ.ବି.ଆଇ ବ୍ୟାଙ୍କ ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଜଣେ ସାଇକେଲ ଅ।ରୋହୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାରପାଣି ଗ୍ରାମପଂଚାୟତ ବାରସିଙ୍ଗି ଗ୍ରାମର ବିଘ୍ନେଶ୍ୱର ଗୌଡ଼ (୨୯) ନାମକ ଜଣେ ଯୁବକ ସାଇକେଲ ଯୋଗେ ଶେରଗଡ଼ରୁ ଚିକିଲି ଅଭିମୁଖେ ଯାଉଥିବା ସମୟରେ, ସିମେଣ୍ଟ ଢାଳି ଆସୁଥିବା ଏକ ଟ୍ରକ୍ ନଂ (OR07E 8427 ) ବିଘ୍ନେଶ୍ଵରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଘ୍ନେଶ୍ୱରଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଟ୍ରକ୍ ଟି ଦ୍ରୁତ ଗତିରେ ଫେରାର୍ ହୋଇଯାଉଥିବା ସମୟରେ କାଳଶଣ୍ଡପୁର ଠାରେ କିଛି ସମାଜସେବୀଙ୍କ ଦ୍ୱାରା ଡ୍ରାଇଭରକୁ ଧରାଯାଇ ପୋଲିସ ଜିମା ଦିଅ।ଯାଇଛି । ପୋଲିସ ଡ୍ରାଇଭରକୁ ଗିରଫ କରିଛି । ପୁଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆସିକା ଡାକ୍ତରଖାନାକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.