ଖୁବଶୀଘ୍ର ମାଟିରେ ମିଶିବ ଶ୍ରୀମନ୍ଦିର କାର୍ଯ୍ୟାଳୟ

0 57

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଚତୃପାର୍ଶ୍ୱ ୭୫ ମିଟର ସୁରକ୍ଷା ଜୋନ୍ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ନବେ ପ୍ରତିଶତ ଘର, ମଠ, ଲଜିଂ ଭଙ୍ଗା ସରିଲାଣି । ଶ୍ରୀମନ୍ଦିର ପ୍ରଶାସନ ତାର ନିଜସ୍ୱ କୋଠା ଅସୁରକ୍ଷିତ ଦର୍ଶାଇ ଭାଙ୍ଗିବା ପାଇଁ ପ୍ରଚାର କରିଥିଲା । ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ଏହି ପୁରୁଣା କୋଠାକୁ ଭାଙ୍ଗି ଧୂଳିସାତ କରିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହିକୋଠା ଭଙ୍ଗା ଯିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପନ୍ଦର ଇଞ୍ଚିଆ କାନ୍ଥ ଥାଇ କେମିତି ଅସୁରକ୍ଷିତ ହେଲା । ପିକେଡ଼ିଏ ଅନୁମତି ଥିଲା ତ । କ୍ଷତି ପୂରଣ ମିଳିବ କି ? ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ବୋର୍ଡ ରେ ଲେଖା ଅଛି ଜାତୀୟ ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପର୍ଯ୍ୟନ୍ତ ସୁରକ୍ଷା ଜୋନ ରହିପାରିବ । ପ୍ରଶାସନ ଏହି କୋଠା ଭାଙ୍ଗି ପରେ ଅନ୍ୟ କୋଠା ଭାଙ୍ଗିବନି ତ । ସେଠାରେ ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା ଯିବାକୁ ନେଇ ଜନମାନସରେ ସନ୍ଦେହ ସୃଷ୍ଟି ହୋଇଛି । ଭଙ୍ଗାଭଙ୍ଗିରେ ୩ ବର୍ଷ ବିତିଲାଣି, କେବେ ସ୍ବପ୍ନ ପୂରଣ ହେବ ଭକ୍ତମାନେ ଚାହିଁ ବସିଛନ୍ତି ।

Leave A Reply

Your email address will not be published.