ତୁଳସୀ ପାହାଡ଼ରେ ଯବାନ ମାଓବାଦୀ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ମୃତ

0 68

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୁଲିସ ଓ ମାଓବାଦୀ ମଧ୍ୟରେ ଆଜି ସକାଳୁ ଗୁଳିବିନିମୟ ଘଟିଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଲ ବାହିନୀର ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ୨ ଜଣ ଜବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ହେଲିକ୍ୟାପ୍ଟର ଯୋଗେ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଚାଲିଛି । ତୁଳସୀ ପାହାଡ଼ ଜଙ୍ଗଲରେ ଏକ ମାଓବାଦୀ ଶିବିର ଥିବା ଖବର ପାଇ ଏସଓଜି ଓ ଡିବିଏଫ ଯବାନ ପକ୍ଷରୁ ମାଲକାନଗିରି ଏସପି ପ୍ରହ୍ଲାଦ ମିନାଙ୍କ ନେତୃତ୍ୱରେ ଗତକାଲି ରାତ୍ରି ଠାରୁ କୁମ୍ବିଂ ଅପରେସନ କରାଯାଇଥିଲା । ଆଜି ସକାଳୁ କୁମ୍ବିଂ ଅପରେସନ କରାଯାଉ ଥିବା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ତେବେ ମାଓ ନେତା ସୁନୀଲ ସହିତ ଅନ୍ୟ କିଛି ମାଓନେତା ପୁଲିସର ଆକ୍ରମଣର ସାମନ୍ନା କରି ନପାରି ଘଞ୍ଚ ଜଙ୍ଘଲ ମଧ୍ୟରେ ଛତ୍ର ଭଙ୍ଗ ଦେଇପଳାଇ ଥିଲେ । ତେବେ ଘଟଣାସ୍ଥଳରୁ ପୁଲିସ ଏକ ମହିଳା ମାଓବାଦୀଙ୍କ ମୃତ ଦେହ ସମେତ , ଏକ ଇନସାସ ବନ୍ଧୁକ , ବିସ୍ପୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଏବେ ମଧ୍ୟ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଚାଲିଛି । ଯବାନ ମାନେ ଫେରିବା ପରେ ହିଁ ସମସ୍ତ ତଥ୍ୟ ମିଳିବ ବୋଲି ଏସ ପି ଶ୍ରୀ ମିନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.