ଠିକା କର୍ମଚାରୀଙ୍କୁ ପାର୍ବଣ ଭେଟି : ପ୍ରଥମ ବର୍ଷରୁ ୫୦%ରୁ ଅଧିକ ଦରମା

0 62

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଠିକା କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଉଚ୍ଛେଦ ହେଲା ଠିକା ନିଯୁକ୍ତି । ଠିକା କର୍ମଚାରୀଙ୍କୁ ଆଉ ଠିକା କର୍ମଚାରୀ ବୋଲି କୁହାନଯାଇ ସେମାନଙ୍କୁ ଇନିସିଆଲ ଆପଏଣ୍ଟିଜ୍ ବୋଲି କୁହାଯିବ । ଠିକା ଭିତ୍ତିରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । ଏବେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦ ପ୍ରତିଶତ ଦରମା ପାଇବେ । ଠିକା କର୍ମଚାରୀଙ୍କୁ ମିଳିବ ମେଡିକାଲ ଟ୍ରିଟମେଣ୍ଟ ରିଇମ୍ବର୍ସମେଣ୍ଟ ସୁବିଧା । ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ସବୁ ଠିକା କର୍ମଚାରୀ । ଏ ବାବଦରେ ବାର୍ଷିକ ରାଜ୍ୟ ସରକାର ୨୫୦ କୋଟି ଅତିରିକ୍ତ ଖର୍ଚ୍ଚ କରିବେ । ରାଜ୍ୟର ପ୍ରତ୍ୟେକ ପରିବାରକୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଗଞ୍ଜାମ, ରାୟଗଡ଼ା,କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପକୃତ ହେବ । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।

ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ ହୋଇଛି । ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁନର୍ବିନ୍ୟାସକୁ ମଞ୍ଜୁରି ମିଳିବ । ଲୋକାୟୁକ୍ତ ରିପୋର୍ଟ ୨୦୨୦କୁ ମଞ୍ଜୁରି ମିଳିଛି । ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି । ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁର ମିଳିଛି । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି । ମଣ୍ଡିକୁ ଅଧିକ ଧାନ ଆସିଲେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନଭେମ୍ବର ୨୦୨୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା । ମେ ୨୦୨୨ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ଏହି ବୈଠକରେ ସାମିଲ ହୋଇଥିବା ବେଳେ ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ । ଏଥିସହିତ ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି । ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ବେଳେ ଶୋଡଷ ବିଧାନସଭାର ସତ୍ରାବଶାନକୁ ମଞ୍ଜୁରି ମିଳିଛି ।

Leave A Reply

Your email address will not be published.