ଘରୋଇ ଜମିରେ ସରକାରୀ ସ୍କୁଲ୍ ଗଢ଼ିଥିବା ନେଇ ବିବାଦ

0 66

ମ. ରାମପୁର : ଏକ ଘରୋଇ ଜମିରେ ସରକାରୀ ସ୍କୁଲ୍ ନିର୍ମାଣ ହୋଇଥିଲା ତାହା ପୁଣି ଜମି ମାଲିକଙ୍କ ଅଜାଣତରେ ।ଏବେ ଜମି ମାଲିକଙ୍କ ମୃତ୍ୟୁ ପରେ ସ୍କୁଲ ପରିସର ଜାଗା ନିଜ ମାଲିକାନାରେ ଥିବା ଜାଣି ପରିବାର ସଦସ୍ୟ ଅନ୍ୟ କିଛି ବ୍ୟକ୍ତିକୁ ସେହି ଜମି ବିକ୍ରୟ କରିବାକୁ ଯାଉଥିବା ଜାଣି ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅଧିନସ୍ତ ପଣ୍ଡକାମାଲ୍ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟଟି ସେହି ଗ୍ରାମର ମାଲ ପରାଭୋଇଙ୍କ ଏକ ଘରୋଇ ଜମିରେ ୧୯୯୫ ମସିହାରେ ଗଢିଉଠିଥିଲା । କିନ୍ତୁ ଜମି ମାଲିକଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ କୌଣଷି ମତେ ଜାଣିବାକୁ ପାଇଲେ ଯେ ସ୍କୁଲ୍ ନିର୍ମାଣ ହୋଇଥିବା ଜାଗାଟି ତାଙ୍କ ମାଲିକାନା ରେ ଅଛି । ଯାହାକୁ ନେଇ ଜମି ମାଲିକଙ୍କ ପରିବାର ଉକ୍ତ ଜମିର କିଛି ଅଂଶ (୧୪ ଡେସିମିଲ) କୁ ସେହି ଗ୍ରାମର କିଛି ବ୍ୟକ୍ତିଙ୍କୁ ବିକ୍ରୟ କରିବାକୁ ପ୍ରସ୍ତୁତ କରୁଥିବା ଜାଣି ଗ୍ରାମବାସୀ ମାନେ ଏହାକୁ ରୋକିବା ପାଇଁ ସୋମବାର ମ. ରାମପୁର ତହସିଲଦାର, ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ପୁଲିସକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏହାର କିଛି ଘଣ୍ଟା ପରେ ଜମି ମାଲିକଙ୍କ ପରିବାର ସଦସ୍ୟ ସ୍କୁଲ୍ ପରିସର ଭିତରକୁ ଧସେଇ ପଶି ରହିବାକୁ ଲାଗିଥିଲେ । ଫଳରେ ଏହା ଜାଣିପାରି ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସ୍କୁଲ୍ ସମ୍ମୁଖରେ ଥିବା ଜାତୀୟ ରାଜପଥ ଉପରେ ଧାରଣା ଦେଇଥିଲେ । ଏହାପରେ ମ. ରାମପୁର ପୁଲିସ ଖବର ପାଇ ସଦଲବଲେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀ ଓ ଜମି ମାଲିକଙ୍କ ପାରିବାର ସଦସ୍ୟଙ୍କ ସହ ଆଲୋଚନ କରି ବୁଝାସୁଝା କରିବା ପରେ ସ୍ଥିତି ସ୍ଵାଭାବିକ ହୋଇଥିଲା ।

Leave A Reply

Your email address will not be published.