ଆତଙ୍କବାଦୀଙ୍କଦ୍ୱାରା ଶିକ୍ଷକଙ୍କ ହତ୍ୟା ଘଟଣାକୁ ଶୈକ୍ଷିକ ମହାସଂଘର ନିନ୍ଦା

0 124

କଟକ : ଜାମ୍ମୁ-କାଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀମାନେ ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରିବା ଘଟଣାକୁ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଖକୁ ଏକ ଚିଠି ଲେଖି ସମର୍ପିତ ଶିକ୍ଷକମାନଙ୍କୁ ସେମାନଙ୍କ ପବିତ୍ର କର୍ତବ୍ୟ ସମ୍ପାଦନଠାରୁ ଦୂରେଇଦେବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି ।

ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ସଙ୍ଗେସଙ୍ଗେ ନିହତ ଶିକ୍ଷକଦ୍ୱୟଙ୍କ ପରିବାରବର୍ଗଙ୍କୁ ସରକାରୀ ଚାକିରି ଓ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଡକ୍ଟର ମହାନ୍ତି ଦାବି କରିଛନ୍ତି ।

Leave A Reply

Your email address will not be published.