ଦୁର୍ଗାପୂଜା ପାଇଁ କରୋନା କଟକଣାକୁ ନେଇ ଟିଟିଲାଗଡ ପୋଲିସ ପକ୍ଷରୁ ସମନ୍ୱୟ ସମିତି ବୈଠକ

0 64

ଟିଟିଲାଗଡ : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ଅନୁଷ୍ଠିତ ହେବାକୁ ଥିବା ଚଳିତ ଶାରଦୀୟ ଦୁର୍ଗାପୂଜା ପାର୍ବଣ ଅବସରରେ ସରକାର ଦ୍ଵାରା ନିର୍ଦ୍ଧାରିତ ହୋଇଥିବା କରୋନା କଟକଣା ବିଷୟରେ ସଚେତନ ତଥା ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନେତୃତ୍ୱରେ ଟିଟିଲାଗଡ ଥାନା ପରିସରରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସହରର ୯ ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରିତ କରାଯାଇ ପୂଜା ସମ୍ବନ୍ଧୀୟ ଜାରି କରାଯାଇଥିବା କଟକଣା ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିବା ବେଳେ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ କଟକଣାକୁ ସଂପୂର୍ଣ୍ଣ ରୂପେ ପାଳନ କରିବା ପାଇଁ ଆୟୋଜକ ମାନଙ୍କୁ ପୋଲିସ ପକ୍ଷରୁ ନିବେଦନ କରାଯାଇଥିଲା ।

ପୂଜା ଆରମ୍ଭରୁ ବିସର୍ଜନ ପଯ୍ୟନ୍ତ କିପରି ସୁରୁଖୁରୁରେ ସମାପନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଆଜିକାର ଆୟୋଜିତ ଏହି ସଭାରେ ବିଜୁଳି ବିଭାଗର ଏସଡିଓ ବିବେକାନନ୍ଦ ଦୀକ୍ଷିତ ଉପସ୍ଥିତ ରହି ପୂଜା ସମୟରେ ବିଦ୍ୟୁତ୍ ସରବରାହ ଅବ୍ୟାହତ ରହିବ ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଉସୀ ମା ମନ୍ଦିର ଟ୍ରଷ୍ଟର ରାଜୁ ମିଶ୍ର, ମହେଶ ଇନ୍ଦୋରିଆ, ହାଟପଦା ପଡ଼ା ପୂଜା କମିଟିର କୃଷ୍ଣ ସରାଫ ଓ ଅନୁପ ଦାସ, ସ୍ଵାଧୀନ ପଡ଼ା ଦୁର୍ଗା ପୂଜା କମିଟିର ସଭାପତି ସତ୍ୟ ବ୍ରତ ପଣ୍ଡା ପ୍ରମୁଖ ନିଜ ନିଜ ମତ ରଖିଥିଲେ ।

Leave A Reply

Your email address will not be published.