ଡିସିଜିଆଇଙ୍କ ଅନୁମତିକୁ ଅପେକ୍ଷା : ଖୁବ୍ଶୀଘ୍ର ପିଲାଙ୍କୁ କୋଭାକ୍ସିନ୍ ଟିକା

0 65

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ କୋଭିଡ୍ ଶିଶୁ ଟିକା ଭାରତ ବାୟୋଟେକ୍ର କୋଭାକ୍ସିନ୍କୁ ସବ୍ଜେକ୍ଟ ଏକ୍ସପର୍ଟ କମିଟିର ଗ୍ରୀନ୍ ସିଗ୍ନାଲ ମିଳିଛି । ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲା ଏହି ଟିକା ନେଇପାରିବେ । ଡିସିଜିଆଇକୁ ସୁପାରିସ କରିଛି ଡିଇସି । ଚୂଡ଼ାନ୍ତ ଅନୁମୋଦନ ନିଷ୍ପତ୍ତି ନେବ ଡିସିଜିଆଇ । ଡିସିଜିଆଇର ଅନୁମତି ପରେ ପିଲାଙ୍କୁ ଏହି କୋଭାକ୍ସିନ୍ ଟିକା ମିଳିବ । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍(ସିଡିଏସ୍ସିଓ)ରେ ଗତ ସପ୍ତାହରେ ଟ୍ରାଏଲ ତଥ୍ୟ ହାସଲ
କରିଥିଲା ଭାରତ ବାୟୋଟେକ୍ । ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ସବ୍ଜେକ୍ଟ ଏକ୍ସପର୍ଟ କମିଟି ଏହାକୁ ସୁପାରିସ କରିଛି । ଏକ ହଜାରରୁ ଊଦ୍ଧ୍ୱର୍ ଶିଶୁଙ୍କ ଉପରେ ଏହାର ଟ୍ରାଏଲ ହୋଇଥିଲା । ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା । ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ ।

ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି । ପୂର୍ବରୁ ଏହା ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିଲା । ଏଥିସହ ଛୋଟ ପିଲାମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା । ଟ୍ରାଏଲରୁ ଭଲ ଖବର ମିଳଥିବାରୁ ସବଜେକ୍ଟ ଏକ୍ସପର୍ଟ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍ ଦେବାକୁ ଅନୁମତି ଦେଇଛି । ଏବେ ଡିସିଜିଆଇର ଅନୁମତି ମିଳିବା ପରେ ଟିକାର ବ୍ୟବହାର ଦେଶରେ ଆରମ୍ଭ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମେଡ ଇନ୍ କରୋନା ଟିକାର ଦୁଇଟି ଯାକ ଡୋଜ୍ ଛୋଟ ପିଲାମାନଙ୍କୁ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ ।

ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା । ଭାରତରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ୍ କରୋନା ଟିକା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଡିସିଜିଆଇ ପକ୍ଷରୁ ଶୁକ୍ରବାର କମ୍ପାନୀକୁ ଟିକାର ବ୍ୟବହାର ଭାରତରେ କରିବାକୁ ଗ୍ରୀନ୍ ସିଗ୍ନାଲ ଦିଆଯାଇଛି । ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଭାରତର ସରକାର ଜାୟଡସ କାଡିଲାର ଜାଇକୋଭ-ଡି ହେଉଛି ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ କରୋନା ଟିକା । ସବୁ ଟିକା ଦୁଇ ଡୋଜ ବିଶିଷ୍ଟ ହୋଇଥିବା ବେଳେ ଜାୟଡସ ଟ୍ରିପଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କରିଛି । ଏହି ଟିକାକୁ ପ୍ରାପ୍ତ ବୟସ୍କଙ୍କ ସହ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ପିଲାମାନେ ବି ନେଇପାରିବେ । ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି । ଜାଇକୋଭ-ଡି ପ୍ରାଥମିକ ସ୍ତରରେ କାରୋନା ବିରୋଧରେ ୬୬.୬% ଫଳପ୍ରଦ ବୋଲି ଜଣାପଡ଼ିଛି । ଭାରତ ସରକାରଙ୍କ “ମିଶନ କୋଭିଡ ସୁରକ୍ଷା’ ଅଧୀନରେ ଜାୟଡସ କାଡିଲା ସହ ମିଶି ବାୟୋଟେକ୍ନୋଲଜି ବିଭାଗ ଏହି ଟିକାକୁ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.