ସୈନିକ ସ୍କୁଲ ସୋସାଇଟି ଦ୍ୱାରା ୧୦୦ଟି ସରକାରୀ ଏବଂ ଘରୋଇ ବିଦ୍ୟାଳୟର ମାନ୍ୟତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

0 60

-୨୦୨୨-୨୩ ଶିକ୍ଷାବର୍ଷ ଠାରୁ ନୂଆ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବେ ୫ ହଜାର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି (ଏନଇପି) ଅନୁରୂପ ପଦକ୍ଷେପ ଗ୍ରହଣ କରି ଭାରତ ସରକାର ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗର୍ବ କରିବା, ଚରିତ୍ର ସହିତ ପ୍ରଭାବୀ ନେତୃତ୍ୱ, ଅନୁଶାସନ, ରାଷ୍ଟ୍ରୀୟ କର୍ତ୍ତବ୍ୟ ଏବଂ ଦେଶଭକ୍ତି ଭାବନା ବିକଶିତ କରିବା ଲାଗି ପିଲାମାନଙ୍କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମୂଲ୍ୟବୋଧ ଆଧାରିତ ଶିକ୍ଷାଦାନ କରାଯିବ । ଏହି ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୧ କେନ୍ଦ୍ର କ୍ୟାବିନେଟ ବୈଠକରେ ସୈନିକ ସ୍କୁଲର ବର୍ତ୍ତମାନର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ କରିବା ଲାଗି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସୈନିକ ସ୍କୁଲ ସୋସାଇଟି ଦ୍ୱାରା ସରକାରୀ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକୁ ମାନ୍ୟତା ବା ଆଫିଲିଏସନ୍ ପ୍ରଦାନ କରାଯିବ। କ୍ୟାବିନେଟ ଏହି ପ୍ରସ୍ତାବକୁ ଆଜି ମଞ୍ଜୁର କରିଛନ୍ତି । ଏସବୁ ବିଦ୍ୟାଳୟ ସ୍ୱତନ୍ତ୍ର ସ୍ତମ୍ଭ ଭାବେ କାର୍ଯ୍ୟ କରିବେ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ବର୍ତ୍ତମାନର ସୈନିକ ସ୍କୁଲ ଠାରୁ ସ୍ୱତନ୍ତ୍ର ଏବଂ ଭିନ୍ନ ହେବେ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଏପରି ବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯିବ। ରାଜ୍ୟ, ଏନଜିଓ, ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କ ଠାରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଗ୍ରହଣ କରାଯିବ ।

Leave A Reply

Your email address will not be published.