କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରିବାକୁ ଡିଏମଇଟିଙ୍କ ଅନୁରୋଧ

0 58

ଭୁବନେଶ୍ୱର : ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ । ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଯଦି ଏମିତି ଭିଡ଼ ଲାଗି ରୁହେ, ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ଏକ ପ୍ରଶ୍ନବାଚୀ । ଏଣୁ ଲୋକମାନେ କୋଭିଡ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି ।

ସେ କହିଛନ୍ତି ଯେ କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା, ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ ।

Leave A Reply

Your email address will not be published.