ଅକ୍ଷୟ ମହାନ୍ତି ଥିଲେ ଓଡ଼ିଆ ସଂଗୀତ ଜଗତର ବାଦ୍ଶାହା

0 69

ଭୁବନେଶ୍ୱର : ଓଡ଼ିଶା ସଂଗୀତ ଜଗତର ଉଜ୍ଜ୍ୱଳ ନକ୍ଷତ୍ର, କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଲେଖକ ବହୁ ପ୍ରତିଭାର ଅଧିକାରୀ ସ୍ୱର୍ଗତ ଅକ୍ଷୟ କୁମାର ମହାନ୍ତିଙ୍କ ୮୭ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବକ୍ତାମାନେ ନିଜ ବକ୍ତବ୍ୟରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତିଚାରଣ କରି ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପ୍ରତିଭା ରାଜ୍ୟର କଳା, ସଂସ୍କୃତିକୁ ବିକଶିତ କରିଥିଲା । ତାଙ୍କର ପ୍ରତ୍ୟେକ ସଂଗୀତ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥିଲା । ଚଳଚ୍ଚିତ୍ର ସଂଗୀତଠାରୁ ଆରମ୍ଭ କରି ଆଧୁନିକ ସଂଗୀତ ଭଜନ, ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଗାୟନ ଶୈଳୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଆସିଛି ବୋଲି ବକ୍ତାମାନେ ମତଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ଶାସନ ସଚିବ, ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି, ଚିତ୍ରଭାନୁ ମହାନ୍ତି, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ପ୍ରବୀର ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହିତ ଜୟ ଓଡ଼ିଶା ଟିମ୍ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ମହାନ୍ତିଙ୍କ ଦୁଇ ପୁତ୍ରଙ୍କ ସହିତ ସଫେଇ କର୍ମଚାରୀ କୁନି ସାହୁ ଓ ନନ୍ଦିନୀ କୁମ୍ଭାରଙ୍କୁ ଉତରୀୟ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.