ମାଓବାଦୀଙ୍କୁ ପୁଣି ଥରେ ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କଲେ ଡିଜି

0 69

ଭୁବନେଶ୍ୱର/ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୁଦ୍ଧରେ ଅପରେସନରେ ସଫଳତା ପରେ ପୋଲିସ ଡିଜି ଅଭୟ ମାଓବାଦୀ ମାନଙ୍କୁ ପୁଣି ଥରେ ହିଂସା ଛାଡି ମୁଖ୍ୟଧାରାରେ ସାମିଲ ହେବାକୁ ଅପିଲ କରିଛନ୍ତି ।

ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଏହି ଅଂଚଳରେ ମାଓବାଦୀ କାର୍ଯକଳାପ କମିଛି । ମାଲକାନଗିରି ଜିଲ୍ଲାରେ ବିଶେଷ ଭାବେ ବିଛିନ୍ନାଂଚଳରେ ବିକାଶ ଓ ପ୍ରଗତି କାମ ହୋଇଛି । ମୋବାଇଲ ଟାୱାର, ରାସ୍ତା, ସ୍କୁଲ ଆଦି ସବୁ କ୍ଷେତ୍ରରେ ଉନ୍ନତି ହୋଇଛି । ତେଣୁ ମୁଁ ମାଓବାଦୀ ମାନଙ୍କୁ ଅପିଲ କରୁଛି ଯେ ସେମାନେ ମୁଖ୍ୟଧାରାରେ ସାମିଲ ହୁଅନ୍ତୁ । ଯଦି ତାଙ୍କର କିଛି ଆପତ୍ତି ଅଛି ତେବେ ଗଣତାନ୍ତ୍ରିକ ଜରିଆରେ ସେମାନଙ୍କର ଦାବୀ ଉପସ୍ଥାପନ କରି ପାରିବେ । ସମ୍ବିଧାନ ଏହି ଅଧିକାର ସମସ୍ତଙ୍କୁ ଦେଇଛି ।

Leave A Reply

Your email address will not be published.