କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବ: ସ୍ୱାସ୍ଥ୍ୟ ନିର୍ଦେଶକ

0 66

ଭୁବନେଶ୍ୱର : ୨ରୁ ୧୮ବର୍ଷ ପିଲାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଓ ଟୀକା ଆସିଲେ ସେମାନଙ୍କୁ ଟୀକା ଦିଆ ଯିବ ବୋଲି କହିଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସାମ୍ବାଦିକ ମାନଙ୍କ ଦ୍ୱାରା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବା କାମ ଆରମ୍ଭ ହେବ ।

ସେ ଆହୁରି କହିଛନ୍ତି ଯେ ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ସବୁବେଳେ ଦେଉଛୁ । ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ । ଭିତ୍ତିଭୂମିରେ ମଧ୍ୟ କୌଣସି ଆସୁବିଧା ନାହିଁ । ତେଣୁ ଟିକା ଆସିଲେ ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ସରକର ଏନେଇ କୌଣସି ଗାଇଡଲାଇନ ଜାରି କରିନାହାନ୍ତି । ଗାଇଡଲାଇନ ଆସିବା ପରେ ଆମେ ସେହି ଅନୁସାରେ କାମ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.