ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

0 58

ପୁରୀ : ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି । ମହାପ୍ରଭୁ ଆଜିଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କଠାରେ ସ୍ୱତନ୍ତ୍ର ବାଳଧୂପ ନୀତି ହୋଇଥାଏ । ଏହି ନୀତିରେ ସକାଳ ଧୂପ ପରେ କୋରା, ଦୋଭଜା,ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳି, କାକୁଡି ଓ ପଇଡ ଆଦି ଲାଗି ହୋଇଥାଏ । ଆଶ୍ୱିନ ଏକାଦଶୀରୁ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁ ରାଧାଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । କରୋନା କଟକଣା ଭିତରେ ଆଜି ଗୋଷାଣୀ ଭସାଣ ହେବ । ଦିନ ୧୨ଟାରୁ ସିଂହଦ୍ୱାରରେ ପ୍ରବେଶ କଟକଣା ସହ ଦର୍ଶନ ବନ୍ଦ ରହିବ ।

ସୂଚନାଯୋଗ୍ୟ, ଗତକାଲି ବିଜୟା ଦଶମୀ ପୁରୀରେ ମା’ ବିମଳାଙ୍କ ପୀଠରେ ଦଶହରା ପୂଜା ନୀତି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥିଲା । ଭଣ୍ଡାର ଘରୁ ବାହାରି ସପ୍ତମୀଠାରୁ ପୂଜାର୍ଚ୍ଚନା ହେଉଥିବା ସୁବର୍ଣ୍ଣ ଆୟୁଧ ହଳ ମୂଷଳ ଶ୍ରୀବଳଭଦ୍ର ପରିଧାନ କରିଥିଲେ । ଶ୍ରୀଜଗନ୍ନାଥ ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ସହ ଅନେକ ପ୍ରକାରର ସୁବର୍ଣ୍ଣ ମାଳା ପରିଧାନ କରିଥିଲେ । ସେହିପରି ଦେବୀ ସୁଭଦ୍ରା ଦୁଇଟି ତଗଡି ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣରେ ବିଭୂଷିତ ହୋଇଥିଲେ । କିନ୍ତୁ ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିଲା ।

Leave A Reply

Your email address will not be published.