ତୁଳସୀ ପାହାଡ଼ରେ ମାଓବାଦୀ – ଯବାନ ଗୁଳି ବିନିମୟ

69

-ଗ୍ରେନେଡ୍ ଓ ଅନ୍ୟାନ୍ୟ ମାଓ ବ୍ୟବହୃତ ସାମଗ୍ରୀ ଜବତ

ମାଲକାନଗିରି : କୁମ୍ବିଂ ଅପରେସନ ସମୟରେ ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ତୁଳସୀ ପାହାଡ଼ର ଦଲଦଲି ଠାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିର ସାମ୍ନା କରିନପାରି ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେବା ସହ ଘଂଚ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ଯବାନ ମାନଙ୍କ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ବେଳେ ଗ୍ରେନେଡ୍ ଓ ଅନ୍ୟାନ୍ୟ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାଇ ମୀନା ।

ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଏହି ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।

Comments are closed.