ପୁଣି ଚିନ୍ତା ବଢ଼ାଇଲା କରୋନା : ଟାର୍ଗେଟ୍ ରେ ଯୁବପିଢ଼ି

60

-୧୯ରୁ ୪୦ବର୍ଷୀୟ ବ୍ୟକ୍ତିବିଶେଷ ଅଧିକ ସଂକ୍ରମିତ
-ମୋଟ ସଂକ୍ରମଣର ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫୨%

ଭୁବନେଶ୍ୱର : ପୁଣି ଚିନ୍ତା ବଢ଼ାଇଲା କରୋନା । ଟାର୍ଗେଟରେ ଯୁବପିଢ଼ି । ଜୋରଦାର ସଚେତନ ଓ ଟିକାକରଣ ପରେ ବି ସଂକ୍ରମଣ ବଢ଼ୁଛି । ଚିନ୍ତା ପାଲଟିଛି ରାଜ୍ୟରେ ଯୁବପିଢ଼ିଙ୍କୁ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ୧୯ରୁ ୪୦ବର୍ଷ ବ୍ୟକ୍ତିବିଶେଷ ଅଧିକ ସଂକ୍ରମିତ ହୋଇଛନ୍ତି । ଏହି ବର୍ଗରେ ୫ଲକ୍ଷ ୨୭ହଜାର ୬୯୯ଜଣ ସଂକ୍ରମିତ ହୋଇଥିବା ବେଳେ ଶୂନରୁ ୧୮ବର୍ଷ ମଧ୍ୟରେ ୮୮ହଜାର ୫୯୩, ୪୧ରୁ ୬୦ବର୍ଷ ମଧ୍ୟରେ ୩ଲକ୍ଷ ୧୯ ହଜାର ୭୫୯ ଓ ୯୮ହଜାର ୨୨୫ଜଣ ୬୦ବର୍ଷରୁ ଊଦ୍ଧ୍ୱର୍ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୪% ପୁରୁଷ ରହିଥିବା ବେଳେ ମହିଳା ହେଉଛନ୍ତି ୩୬% । ତେବେ ହଲ୍, ମଲ୍ ଓ ରେଷ୍ଟୁରାଣ୍ଟରେ ଭିଡ ହିଁ ଯୁବପିଢ଼ିଙ୍କୁ କରୋନା ସଂକ୍ରମଣର ଅନ୍ୟତମ କାରଣ ବୋଲି କୁହାଯାଉଛି । କୋଭିଡ୍ କଟକଣା ନ ମାନିବାରୁ ଏଭଳି ଅବସ୍ଥା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି କରୋନା ଯାଇନି, ପାର୍ବଣରେ ସଚେତନ ରହିବାକୁ ପଡ଼ିବ । ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୧୩୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୫୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୮୫ । ୧୮ ବର୍ଷରୁ କମ୍ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭, ମୟୂରଭଞ୍ଜରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭ ରହିଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୭୪୨ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪ ହଜାର ୯୯୭ଜଣ । ୨୪ ଘଣ୍ଟାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ରହିଛି ୫୨% । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ହୋଇଥିବା ବେଳେ ୮୨୮୨ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ୍ । ଏଥିମଧ୍ୟରୁ ୪୯୯୭ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦,୨୧,୭୪୨ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୪ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୪୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୪୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୦ ଲକ୍ଷ ୬୭ ହଜାର ୭୧୯ରେ ପହଞ୍ôଚଛି । ଏତଦ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୨ ହଜାର ୧୨୪ରେ ପହଞ୍ôଚଛି । ଏବେ ଦେଶରେ ୧୯୫୮୪୬ ସକ୍ରିୟ ମାମଲା ରହିଛି । ସେହିପରି ୩୩୪୧୯୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ଆଜି କରୋନା ଭାଇରସ୍ ମହାମାରୀରୁ ୫୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୪୧ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୨୫୦ରେ ପହଞ୍ôଚଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୬୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ ୨୯, କେନ୍ଦ୍ରାପଡ଼ାରୁ ୨୬, ବାଲେଶ୍ୱରରୁ ୧୯, ଜଗତସିଂହପୁର ୧୪, ଯାଜପୁରରୁ ୧୪, ପୁରୀରୁ ୧୧, ସମ୍ବଲପୁର ୧୦, ସୁନ୍ଦରଗଡ଼ରୁ ୧୦ ଓ ଭଦ୍ରକ ଓ ଗଞ୍ଜାମରୁ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି କେରାପୁଟ ୨, ମାଲକାନଗିରି ୨, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

Comments are closed.