କେରଳରେ ବର୍ଷା ବିତ୍ପାତ: ଗଲାଣି ୨୬ ଜୀବନ

72

ଥିରୁବନନ୍ତପୁରମ : କେରଳର କୋଟ୍ଟାୟମ ଏବଂ ଇଡ଼ୁକି ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୬ ଛୁଇଁଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଡଜନେରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେନା ମଧ୍ୟ ନିୟୋଜିତ ହୋଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ, ଏନ୍ଡିଆରଏଫ ଏବଂ ସେନା ପକ୍ଷରୁ ମିଳି ପ୍ରୟାସ କରାଯାଇଛି । କେରଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଆଜି କୋଟ୍ଟାୟମ ଏବଂ ଇଡ଼ୁକି ଜିଲ୍ଲାରେ ମୂଷଳଧାରାରେ ବର୍ଷା ହେବାରୁ ସେଠାରେ ଭୂସ୍ଖଳନ ହୋଇ ଅନେକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଆଜି ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ କେରଳରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଥିବା ସରକାରୀ ଭାବେ କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭୀଷଣ ବର୍ଷା ଏବଂ ବନ୍ୟା ପ୍ଳାବିତ କେରଳର ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ସହାୟତା ଲୋଡୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବେ । ଉଦ୍ଧାର କାର୍ଯ୍ୟରେସହାୟତା ପାଇଁ ଏନ୍ଡିଆର୍ଏଫ୍ ଟିମ୍ ପଠାସରିଛି । ସେହିପରି ଏବେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ବିପର୍ଯ୍ୟୟ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍ ଶିବିର ଖୋଲାଯାଇଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟନଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ କେରଳ ସ୍ଥିତି ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଅକ୍ଟୋବର ୧୮ ଓ ୧୯ ପାଇଁ ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଚମୋଲି ପ୍ରଶାସନ ଦ୍ୱାରା ବଦ୍ରିନାଥ ଯାତ୍ରା ପାଣ୍ଡୁକେଶ୍ୱରରେ ବନ୍ଦ କରାଯାଇଛି ।

Comments are closed.