ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

71

ଭୁବନେଶ୍ୱର : ଚାନ୍ଦିପୁର ଆଇଟିଆରରୁ “ଅଭ୍ୟାସ’ ଡ୍ରୋନ୍ ର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି । “ଅଭ୍ୟାସ’କୁ ଆକାଶରୁ ଆକାଶ ମାର୍ଗକୁ ପ୍ରୟୋଗ କର।ଯ।ଇପ।ରିବ । ଅଭ୍ୟାସକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଉଥିଲା । ଏହାକୁ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍ ମଧ୍ୟ କୁହାଯାଏ । ଏହାକୁ ଗ୍ୟାସ ଟର୍ବାଇନ୍ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ । “ଅଭ୍ୟାସ’ ର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

Comments are closed.