ଶେଷ ହୋଇନି ମହାମାରୀ: ସତର୍କତା ଜରୁରି

65

ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ଅବସାନ ଘଟିବାକୁ ଆହୁରି ଅନେକ ଦିନ ଲାଗିବ ଏବଂ ତାହାର ସଫଳ ମୁକାବିଲା ଲାଗି ବିଶ୍ୱ ବିଜ୍ଞାନ ଓ କୌଶଳର ଫଳପ୍ରଦ ଉପଯୋଗ କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଅଧାନମ୍ ଘେବ୍ରେସିୟସ୍ କହିଛନ୍ତି । ରବିବାର ଦିନ ବର୍ଲିନରେ ଅନୁଷ୍ଠିତ “ବିଶ୍ୱ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀ’ରେ ଉଦ୍ବୋଧନ ଦେଇ ଟେଡ୍ରସ୍ କହିଲେ, ଅବସାନ ଘଟାଇବାକୁ ବିଶ୍ୱ ନିଷ୍ପତ୍ତି ନେଲେ ଏ ମହାମାରୀର ଅବସାନ ଘଟିବ । ତାହା ଆମ ନିୟନ୍ତ୍ରଣରେ ରହିଛି । ଆମ ପାଖରେ ସବୁ ପ୍ରକାର ବିଜ୍ଞାନ ଓ କୌଶଳ ରହିଛି । ସବୁ ପ୍ରକାର ଜନସ୍ୱାସ୍ଥ୍ୟ କୌଶଳ ଏବଂ ଡାକ୍ତରୀ ବିଜ୍ଞାନ । କିନ୍ତୁ ବିଶ୍ୱ ସେ ବିଜ୍ଞାନ ଓ କୌଶଳକୁ ଭଲ ଭାବେ ଉପଯୋଗ କରିନାହିଁ । ଦୈନିକ ପ୍ରାୟ ୫୦ ହଜାର ମୃତ୍ୟୁର କାରଣ ହେଉଥିବା ଏ ମହାମାରୀର ଅବସାନ ଘଟିବାକୁ ଆହୁରି ଅନେକ ଦିନ ଲାଗିବ । “କୋଭାକ୍ସ ମେକାନିଜମ୍’ ଏବଂ “ଆଫ୍ରିକାନ୍ ଭ୍ୟାକ୍ସିନ୍ ଆକ୍ୱିଜିସନ୍ ଟ୍ରଷ୍ଟ୍’ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା “ଜି୨୦’ ରାଷ୍ଟ୍ରସମୂହ ସେମାନଙ୍କ ସମୁଦାୟ ଜନସଂଖ୍ୟାର ୪୦%ଙ୍କୁ ଟିକା ଦେଇସାରିଛନ୍ତି । ବିଶ୍ୱର ସମସ୍ତ ଦେଶ ପାଇଁ କୋଭିଡ୍-୧୯ ପରୀକ୍ଷା, ଟିକାର ଚିକିତ୍ସାର ଉନ୍ନତି, ଉତ୍ପାଦନ ସମଉନ୍ମୁକ୍ତି ବୃଦ୍ଧି କରାଇବା “କୋଭାକ୍ସ୍’ ଏବଂ “ଏସିଟି’ର ଲକ୍ଷ୍ୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସ।ଇଟରେ ଉଲ୍ଲେଖ ଅଛି ।

Comments are closed.