ଏସଇଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ବିଡ଼ିଓ ଏବଂ ବିଭାଗର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

69

ଟିଟିଲାଗଡ : ଟିଟିଲାଗଡ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ କାର୍ଯ୍ଯ କରୁଥିବା ଏସଇଏମ କର୍ମଚାରୀ ମାନଙ୍କୁ ଜଳଯୋଗାଣ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ପ୍ରଦାନ, ଗ୍ରାମ ପଞ୍ଚାୟତରୁ ଦରମା ବନ୍ଦ କରାଯାଇ ବିଭାଗ ତରଫରୁ ଦରମା ପ୍ରଦାନ, ପାଞ୍ଚ ବର୍ଷ ବୟସ କୋହଳ, ୧୦ ବର୍ଷର ଏରିଅର କରିଦେବା, କାର୍ଯ୍ଯ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ତାଙ୍କ କ୍ଷତିପୂରଣ ଦେବା, ଉକ୍ତ ପରିବାରରୁ ଜଣଙ୍କୁ ଚାକିରି ଦେବା, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମେଗା ପ୍ରକଳ୍ପରେ ନିଯୁକ୍ତି ଦେବା ଭଳି ସର୍ତ୍ତ ଲେଖି ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଜଳଯୋଗାଣ ବିଭାଗର ଅଧିକାରୀଙ୍କୁ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ପମ୍ପ ଚାଳକ ସଂଘର ସଭାପତି ଭରତ ବାଗ, ସମ୍ପାଦକ ଦୈତାରି ବାଗ, ରଘୁମଣି ପୋଢ଼, ଲିଙ୍ଗରାଜ ପଟେଲ, ଚନ୍ଦ୍ର ସାହୁ, ବୁଟୁ ଜାଲ, ମାଧବ ପୁଟେଲ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments are closed.