ଟାଇମ୍ସ ପାୱାର ଓମେନ୍ ର ପ୍ରଥମ ସଂସ୍କରଣ : ନୂତନ ଓଡ଼ିଶା ଅଭିବୃଦ୍ଧିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୁର୍ଣ

61

ଭୁବନେଶ୍ୱର : ମହିଳାମାନେ ଏକ ଅନ୍ତର୍ଭୁକ୍ତ ଓଡିଶାର ମଶାଲ ବାହକ ସାଜିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଟାଇମ୍ସ ଗ୍ରୁପ୍ ଦ୍ୱାରା ଆୟୋଜିତ ଟାଇମ୍ସ ପାୱାର ୱିମେନ୍ର ପ୍ରଥମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଥିଲେ ଯେ, ତାଙ୍କ ସରକାର ମହିଳାମାନଙ୍କୁ ନୂତନ ଓଡିଶାର ଅଭିବୃଦ୍ଧି କାହାଣୀରେ ଏକ ବିରାଟ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେଇଛନ୍ତି । ଏକ କାହାଣୀ ଆକାଂକ୍ଷାର କାହାଣୀ, ସଶକ୍ତିକରଣର କାହାଣୀ ଏବଂ ପରିବର୍ତ୍ତନଶୀଳ ଓଡ଼ିଶାର କାହାଣୀ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ମୋ ସରକାର ସର୍ବଦା କହିଆସୁଛି ଯେ ଏଭଳି କୌଣସି ପରିବାର ନାହିଁ, ସମାଜ ନାହିଁ କି ରାଜ୍ୟ ନାହିଁ ଯେଉଁଠି ମହିଳାମାନଙ୍କୁ ସଶକ୍ତ ନକରି ଆଗକୁ ବଢିଛନ୍ତି । ଆମର ପ୍ରମୁଖ ପଦକ୍ଷେପଗୁଡ଼ି ଭିତରେ ଝିଅ ଏବଂ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ଏବଂ ପ୍ରକୃତରେ ସଶକ୍ତ କରିବା । ସେ କହିଛନ୍ତି ଯେ ଗଣତାନ୍ତ୍ରିକ ଅନୁଷ୍ଠାନରେ ମହିଳାଙ୍କ ପ୍ରତିନିଧିତ୍ୱ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ତୃଣମୂଳ ସ୍ତରର ପଞ୍ଚାୟତଠାରୁ ଆରମ୍ଭ କରି ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ମହିଳାମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଥିଲେ ।

ସେ କହିଲେ ଯେ, ପଞ୍ଚାୟତରେ ମହିଳାମାନଙ୍କ ପାଇଁ ଓଡ଼ିଶା ୫୦ ପ୍ରତିଶତ ଆସନ ସଂରକ୍ଷିତ କରିଛି । ସେହିଭଳି ନୀତି ନିର୍ଦ୍ଧାରଣ ସଂସ୍ଥାଗୁଡ଼ିକରେ ମହିଳାଙ୍କ ସଂରକ୍ଷଣକୁ ଆମେ ସମର୍ଥନ କରିଆସୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ କରିଥିଲା । ତାଙ୍କ ସରକାରଙ୍କ ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ମିଶନ ଶକ୍ତି । ଏ ସମ୍ପର୍କରେ ସେ କହିଥିଲେ ଯେ ଏହା ଏକ ସଶକ୍ତିକରଣ ମଡେଲ ଯାହା ବର୍ତ୍ତମାନ ରାଜ୍ୟର ସମସ୍ତ ଜନବସତିର ୭୦ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିପାରିଛି । ଏହାର ଲକ୍ଷ୍ୟ ସାଧାରଣ ମହିଳାଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବା ଯାହାଫଳରେ କି ସେମାନେ ସ୍ୱାବଲମ୍ବୀ ହୋଇ ପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା କଭରେଜ୍ ପ୍ରଦାନ କରିବା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ଜରିଆରେ ବାଳିକାମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରାଯାଉଛି । ସେ କହିଥିଲେ ଯେ ମହିଳାମାନଙ୍କ ନାମରେ ଜମି ଅଧିକାର ଦସ୍ତାବିଜ ମଧ୍ୟ ଜାରି କରାଯାଇଛି ଏବଂ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ହଷ୍ଟେଲରେ ସର୍ବାଧିକ ବାଳିକା ରୁହନ୍ତି । ସେ କହିଲେ ଯେ, ମହିଳା ହେଉଛନ୍ତି ଶକ୍ତିର ପ୍ରତୀକ । ଏହି ଅବସରରେ ଟାଇମ୍ସ ପାୱାର ଓମେନର ସମସ୍ତ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ
ଯୋଗଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ, ଲକ୍ଷ ଲକ୍ଷ ମହିଳାଙ୍କ ଜୀବନକୁ ବଦଳାଇ ଦେଇଛି । ସେ ଆହୁରି ମଧ୍ୟ କହିଲେ ଯେ ଓଡିଶାର ମହିଳାମାନେ ଏବେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି ।

Comments are closed.