ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ୱତନ୍ତ୍ର ଗାଇଡ଼ଲାଇନ ହେବ

68

ପୁରୀ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ୱତନ୍ତ୍ର ଗାଇଡ଼ ଲାଇନ ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଉତ୍ତର ଦ୍ଵାରରେ ରାମ୍ପ ନିର୍ମାଣ ହେଉଛି । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଉତ୍ତର ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । ଦଶରୁ ଅଧିକ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି । ୱାଇବିପି ସ୍ୱେଚ୍ଛାସେବୀମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ କରାଇବେ । ସେବାୟତ ଓ ଶ୍ରୀ ମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେଉଛି ଡ୍ରେସ କୋଡ଼ । ନୀତିକାନ୍ତି ସହ ଜଡ଼ିତ ନିର୍ଦ୍ଦିଷ୍ଟ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବେ । ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧି ନୀତି କରିବେ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଡ୍ରେସକୋଡ଼ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ଗାଇଡ଼ଲାଇନ ଆସିବ । ଆସନ୍ତା ୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଏଥିରେ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

Comments are closed.