ଗୋମ୍ପାକୋଣ୍ଡା କେନାଲରେ ଭାସି ଯାଉଥିବା ମୃତ ଦେହକୁ ଦେଖି ଉଦ୍ଧାର କଲେ ଗ୍ରାମବାସୀ

0 74

ମାଲକାନଗିରି : କେନାଲରେ ଭାସି ଯାଉଥିବା ବେଳେ ମୃତ ଦେହକୁ ଉଦ୍ଧାର କଲେ ଗ୍ରାମବାସୀ । ଆଜି ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଅଞ୍ଚଳରେ ଦେଖିବାକୁ ମିଳିଛି । ବାଲିମେଳା ଏନଏସିରେ ଥିବା ପୋଟେରୁ ଜଳ ସେଚନ ପ୍ରକଳ୍ପର ଗୋମ୍ପାକୋଣ୍ଡା କେନାଲରେ ଆଜି ଏକ ମୃତ ଶରୀର ଭାସି ଯାଉଥିବା ଗ୍ରାମବାସୀ ଦେଖିଥିଲେ । ଏହା ଦେଖି ଭାସି ଯାଉଥିବା ମୃତ ଶରୀରକୁ ଉଦ୍ଧାର କଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମଟାପାଲ୍ଲୀ ପଂଚାୟତର ସିନ୍ଧିଗୁଡା ଗ୍ରାମବାସୀ । ଏନେଇ ଓରକେଲ ଥାନାରେ ଗ୍ରାମବାସୀ ଜଣାଇବା ପରେ ପୋଲିସ ମୃତ ଶରୀରକୁ ଚିହ୍ନଟ କରିବା ନିମନ୍ତେ ତାର ତଦନ୍ତ ଚଳାଇଥିଲା । ତେବେ ମୃତ ଶରୀରର ଫୋଟୋଟି ସୋସିଆଲ ମିଡ଼ିଆଲରେ ଭାଇରାଲ ହେବା ପରେ ମୃତ ବ୍ୟକ୍ତି ଜଣକ ବାଲିମେଳା ଏନଏସିର ୩ ନଂ ୱାର୍ଡର ପ୍ରଶାନ୍ତ ରାଉଳ ନାମକ ବ୍ୟକ୍ତି ବୋଲି ଜଣାପଡିଛି । ତେବେ ମୃତ ଶରୀରରେ କୌଣସି କ୍ଷତ ବିକ୍ଷତ ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ଶରୀରକୁ ଶବ ବ୍ୟବଛେଦ ନିମନ୍ତେ ମାଲକାନଗିରି ପଠାଯାଇଥିବା ଓରକେଲ ଥାନାଧିକାରୀ ଜହ୍ନ୍ କୁଜୁର ସୂଚନା ଦେଇଛନ୍ତି । ତେବେ ସେ କୌଣସି କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ସେ ଋଣ ଭାରରେ ରହିଥିବା ହେତୁ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.