୨ରେ କୁଚିଣ୍ଡା ଯିବେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ କାର୍ଡ ସହ ଭେଟିଦେବେ ୭୦୦ରୁ ଊଦ୍ଧ୍ୱର୍ କୋଟିର ପ୍ରକଳ୍ପ

60

ସମ୍ବଲପୁର : ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇସରକାରୀ ଭାବେ ସୂଚୀ ଜାରି ହୋଇଛି । ୨ ତାରିଖରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଏସକେୱାଇ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଜିଲ୍ଲାର ପ୍ରାୟ ୭ ଶହ କୋଟି ଟଙ୍କାର ପ୍ରାୟ ଦେଢ ଶହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । ତେବେ ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ କୁଦଗୁଣ୍ଡେରପୁର ସେତୁ ସହିତ ଗୋଶାଳା ସୈନିକ ସ୍କୁଲ କୋଠାର ଲୋକାର୍ପଣ ଭଳି ଅନେକ ବଡ ବଡ ପ୍ରକଳ୍ପ ସାମିଲ ରହିଛି । ଆସନ୍ତା ୨ ତାରିଖ ସକାଳ ୯ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସି ୧୦ଟା ୩୫ ମିନିଟରେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କୁଚିଣ୍ଡା ଯାଇ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଡିଜିଟାଲ୍ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଧନକଉଡା ବ୍ଲକର ଦ୍ୱୀପ ଭାବେ ପରିଚିତ ଥିବା କୁଦଗୁଣ୍ଡେରପୁରକୁ ନିର୍ମିତ ସେତୁର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗୋଶାଳାର ସୈନିକ ସ୍କୁଲ କୋଠାର ଲୋକାର୍ପଣ ସହିତ ବୁର୍ଲାର ପାରା ମେଡିକାଲ ହଷ୍ଟେଲ କୋଠାର ମଧ୍ୟ ଉଦ୍ଘାଟନ କରିବେ । ସେହିପରି ଜିଲ୍ଲାର ଅନେକ ସିଏଚ୍ସି ଏବଂ ପିଏଚ୍ସି କୋଠା ସମେତ ଜମନକିରାର ଶଙ୍ଖଭାଙ୍ଗୁଣୀ ନାଲା ଏବଂ ସମ୍ବଲପୁରର ସରଲା ନାଲା ସେତୁ ପାଇଁ ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ଫାଶିମାଲରୁ ଲଇଡା ରାସ୍ତା ସମେତ ବହୁ ରାସ୍ତା,ପାନୀୟଜଳ, ଶିକ୍ଷାନୁଷ୍ଠାନ ଆଦି ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପରେ ପୁଣି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ଏଥିପାଇଁ ଜମାଦାରପାଲି ଏୟାରଷ୍ଟ୍ରିପ୍ରୁ ଆରମ୍ଭ କରି କୁଚିଣ୍ଡାର ହେଲିପ୍ୟାଡ୍ ଏବଂ ସଭାସ୍ଥଳ ଯାଏ ପୋଲିସ ଛାଉଣୀରେ ପରିଣତ ହେବାକୁ ଯାଉଛି । ତେବେ ବର୍ତ୍ତମାନ କୋଭିଡ୍ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜିଲ୍ଲାର ସଭା ଭଳି ଏଠାରେ ମଧ୍ୟ ସୀମିତ ଲୋକଙ୍କୁ ଅନୁମତି ମିଳିବ ବୋଲି ଜଣାପଡିଛି ।

ପୂରା ଟିକସ ଛାଡ଼ ବୈଦ୍ୟୁତିକ ଯାନ ପାଇଁ ବଡ଼ ପ୍ରୋତ୍ସାହନ ହେବ :

ବୈଦ୍ୟୁତିକ ଯାନ ପାଇଁ ସମ୍ପୂର୍ଣ୍ଣ ଟିକସ ଛାଡ଼ ଏକ ବଡ଼ ପ୍ରୋତ୍ସାହନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶା ସରକାରଙ୍କ ଏହି ନୀତି ଇଲେକ୍ଟ୍ରୋନିକ ଭେଇକଲ ପାଇଁ ଏକ ପ୍ରମୁଖ ସହାୟତା ହେବ । ଡିସେମ୍ବର ୩୧, ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ଉପରେ ମୋଟର ଯାନ ଟିକସ ଏବଂ ପଞ୍ଜିକରଣ ଶୁଳ୍କ ଛାଡିବା ପାଇଁ ଘୋଷଣା କରିଛନ୍ତି । ନବୀନ କହିଛନ୍ତି, ଓଡିଶାରେ ଇଲେକ୍ଟ୍ରୋନିକ୍ ଯାନ (ଇଭି) କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ମୋଟର ଯାନ ଟିକସ ଏବଂ ପଞ୍ଜିକରଣ ଶୁଳ୍କ ଉପରେ ୧୦୦% ଛାଡ ଘୋଷଣା କରିଛନ୍ତି । ସମସ୍ତ ପ୍ରକାର ବ୍ୟାଟେରୀ ଚାଳିତ ଯାନ ପାଇଁ ଏହା ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଏବଂ ସ୍ଥାୟୀ ବିକାଶ ହାସଲ କରିବାରେ ସହାୟକ ହେବ ।

Comments are closed.