ଆଜିଠୁ ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା

62

ଆଠଗଡ : କରୋନାର କୋପ କମିଥିଲେ ବି ପୁଣିଥରେ ଏହା ମୁଣ୍ଡ ଟେକିବା ଆଶଙ୍କା ପ୍ରଶାସନକୁ ଘାରିଛି । ତେଣୁ ମହାମାରୀ ତଳମୁହାଁ ଥିଲେ ବି ପର୍ବପର୍ବାଣୀରେ ବିଭିନ୍ନ ଧର୍ମାନୁଷ୍ଠାନକୁ ଯାତାୟାତ ଉପରେ କଟକଣା ଲାଗୁ କରାଯାଉଛି । କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ ଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧିରକ୍ଷା ପାଇଁ ହେବ ନୀତିକାନ୍ତି । ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ । ସେପଟେ ସାକ୍ଷୀଗୋପାଳସ୍ଥିତ ଗୋପୀନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି । ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା ।

Comments are closed.