ଆସନ୍ତା କାଲିଠାରୁ ପଞ୍ଚୁକ ବ୍ରତ

71

-ଚଳିତବର୍ଷ ପଡ଼ୁନି ନାଗାର୍ଜ୍ଜୁନ ବେଶ

ପୁରୀ : ଚଳିତବର୍ଷ ହେବ ନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଭକ୍ତମାନେ ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଅନୁରୋଧ କରିଛନ୍ତି । ଶ୍ରୀ ମନ୍ଦିର ମୁକ୍ତିମଣ୍ଡପ, ଗଜପତି ମହାରାଜ, ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିôର ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ । ତେବେ ପଞ୍ଚୁକ ପାଞ୍ଚଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ଖବର ଅନୁଯାୟୀ, ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ପବିତ୍ର ପଞ୍ଚୁକ ବ୍ରତ । ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ତେବେ ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହେବା ନେଇ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଛି । ତେଣୁ ଶ୍ରୀଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁମାନେ ଏହି ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି । ତେବେ କେଉଁ ତିଥିରେ ନାଗାର୍ଜୁନ ବେଶ ପଡିବା କଥା ଓ କାହିଁକି ଏବର୍ଷ ନାଗାର୍ଜୁନ ବେଶ ପଡୁନାହିଁ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଆଜି ଏବଂ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପ ଜିଲ୍ଲାପାଳ ।

Comments are closed.