ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ଓଡ଼ିଶା ଉଠାଇପାରେ ଦୁଇ ମେଗା ପ୍ରକଳ୍ପ ପ୍ରସଙ୍ଗ

72

-ଯୋଗଦେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ୍ ମାଡରେ ଦେଶର ଅର୍ଥନୀତି ଦୋହଲି ଯାଇଛି । ମାନ୍ଦା ପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ପୁଣିଥରେ ଚଳଚଞ୍ଚଳ କରାଇବା ପାଇଁ ପ୍ରୟାସ ଚଳାଇଛନ୍ତି କେନ୍ଦ୍ର ସରକାର । ଘରୋଇ ପୁଞ୍ଜିନିବେଶ ଆକୃଷ୍ଟ ଉପରେ ଫୋକସ୍ କରାଯାଉଛି । ଏ ସଂକ୍ରାନ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଙ୍ଖାନୁପୁଙ୍ଖ ଭାବେ କାଲି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ । ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟଗୁଡ଼ିକ ସମ୍ମୁଖୀନ ହେଉଥିବା ପାଣି, ଜମି ଓ ବିଜୁଳି ଆଦି ସମସ୍ୟାର ସମାଧାନ ପାଇଁ ବୈଠକରେ ଆଲୋଚନା ହେବ । ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ବୈଠକରେ ଓଡ଼ିଶାରୁ ରାଜ୍ୟ ଅର୍ଥମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି । ମହାମାରୀ ସମୟରେ ଓଡ଼ିଶାରେ ନିବେଶ ବାତାବରଣ ବେଶ୍ ଅନୁକୂଳ ରହିଥିଲା । ଏ ସମୟରେ ରାଜ୍ୟରେ ସାଢ଼େ ଚାରିଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଆର୍ସେଲର ମିତ୍ତନ ନିପ୍ପନ ଷ୍ଟିଲ ବର୍ଷକୁ ୧୨ ମିଲିୟନ୍ ଟନ୍ର ଷ୍ଟିଲ ପ୍ଲାଣ୍ଟ କରିବ । ନିବେଶ ହେବ ୫୦ ହଜାର କୋଟି । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ମଧ୍ୟ ହୋଇଛି ।

ସେହିପରି ଜଗତସିଂହପୁରରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ କରିବ ଜେଏସ୍ଡବ୍ଲ୍ୟୁ । ଏହି ଦୁଇଟି ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଲକ୍ଷ୍ମୀ ମିତ୍ତର ଏବଂ ସଦ୍ଜନ୍ ଜିନ୍ଦଲ ମଧ୍ୟ ଆଲୋଚନା କରିଥିଲେ । ରାଜ୍ୟର ଦୁଇଟି ମେଗା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଗୋଟିଏ ପଟେ କୋଭିଡ୍ ଦୁଇ ଦୁଇଟି ଲହର ଯୋଗୁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି । ଏଭଳି ସ୍ଥିତିରେ ଛୋଟ ଏବଂ ମଧ୍ୟ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ କରାଯାଉଛି । ତେଣୁ କାଲିର ବୈଠକରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ନିବେଶ ଉପରେ ଆଲୋଚନା ହୋଇପାରେ ।

Comments are closed.