ମାଲକାନଗିରି ପୌର ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ

78

ମାଲକାନଗିରି : ମାଲକାନଗିରି ନଗର ଭବନ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ମାଲକାନଗିରି ପୌର ପରିଷଦ ୧୯ ଟି ୱାର୍ଡର ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ, ବାଲି ସାଗର ପୁନଃ ଉଦ୍ଧାର, ଅ।ଲୋକୀକରଣ, ସୋନ୍ଦର୍ଯ୍ୟକରଣ, ମାଲକାନଗିରି ଜିଲ୍ଲାରେ କେତେ ଲୋକଙ୍କୁ ଜମି ପଟ୍ଟା ମିଳିଛି ଓ ବଳକା ପଟ୍ଟା ମିଳିନଥିବା ହିତାଧିକାରୀଙ୍କୁ ଜାଗା ମିଶନ ତରଫରୁ ନୂତନ ପଟ୍ଟା ଯୋଗାଇବା । ହିତାଧିକାରୀ ଚିହ୍ନଟ, କେତେ ଲୋକଙ୍କୁ ନୂତନ ପାଣି ପାଇପ୍ ସଂଯୋଗ ମିଳିଛି, ନୂତନ ବିଦ୍ୟୁତ ସଂଯୋଗ, ସହରର ରାସ୍ତାଘାଟର ଉନ୍ନତି, ୧୫ ନମ୍ବର ୱାର୍ଡ ର କିଛି ଲୋକ ଗୌଡ଼ଗୁଡା ଗ୍ରାମପଞ୍ଚାୟତ ଅଧୀନରେ ରହି ମାଲକାନଗିରି ପୌର ପରିଷଦରେ ଭୋଟ ଦେଉଥିବା ଉପରେ ସମୀକ୍ଷା କରିଥିଲେ ଓ ତତ୍ ସହିତ ମାଲକାନଗିରି ପୌର ପରିଷଦ ପ୍ରବେଶ ଦ୍ଵାରରେ ୪ଟି ବଡ ଗେଟ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ପୌର ପରିଷଦ ନିର୍ବାହୀ ଅଧିକାରୀ ତ୍ରିଶୂଳ ମାରଡ଼ି, ସାଂସଦ ପ୍ରତିନିଧି ମନୋଜ ବାରିକ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ବରିଷ୍ଠ ବିଜେଡି ନେତା ପ୍ରୀତପାଳ ସିଂ, ଧନୁର୍ଜୟ ମାଡକାମୀ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ପ୍ରମୁଖଙ୍କ ସହ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ ସକ୍ରିୟ କର୍ମକର୍ତ୍ତା ଓ ପୌର ପରିଷଦର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.