ଆମକୁ ଗାଇଡ଼ଲାଇନ୍ ମାନିବାକୁ ପଡ଼ିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

74

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ପୂର୍ବ ଅପେକ୍ଷା ଭଲ ଅଛି । ତେଣୁ ସମସ୍ତ ଦୃଷ୍ଟିକୁ ନଜରରେ ରଖି ଏସ୍ଆରସି ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଏଥିରେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ବର୍ତମାନ ସବୁକିଛି ନିୟନ୍ତ୍ରଣ ଭିତରେ ରହିଛି । ଆଗକୁ ଆମକୁ ଗାଇଡ଼ଲାଇନ୍ ମାନିବାକୁ ପଡ଼ିବ । ଯାହା ଦ୍ୱାରା ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ବୁଷ୍ଟର ଡୋଜକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି । କିଏ କିଏ କହୁଛନ୍ତି ଏହା ତୃତୀୟ ଡୋଜ । ଯାହାକି ୬ମାସ ପରେ ନେବାକୁ ପଡିଥାଏ । ତେବେ ଏହା କାହା ଲାଗି ଦରକାର ପଡୁଛି, ତ ଆଉ କାହାକୁ ପଡିବନାହିଁ । ସେଥିପାଇଁ ନ୍ୟାସନାଲ୍ ଟାସ୍କଫୋର୍ସ କାମ କରୁଛନ୍ତି । ସେ ଦିଗରେ ଅନେକ ତଥ୍ୟ ଉପରେ ଚିନ୍ତା ମଧ୍ୟ କରୁଛନ୍ତି । କେନ୍ଦ୍ର ଯାହା ନିଷ୍ପତି ନେବ । ସେ ଦିଗରେ ଯେଉଁ ଗାଇଡଲାଇନ୍ ରାଜ୍ୟକୁ କେନ୍ଦ୍ର ଦେବ । ସେ ଦିଗରେ ଆମ ରାଜ୍ୟ ଆଗକୁ ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Comments are closed.