ଏଣିକି ପ୍ରାକୃତିକ ସମ୍ପଦର ହେବ ଅଡ଼ିଟ

75

ଭୁବନେଶ୍ୱର : ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି । ରାଜ୍ୟଗୁଡ଼ିକ ଲୋକାଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିସ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ ୪୦ ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ ବୋଲି ଜଣାଯାଇଛି ।

Comments are closed.