ଗ୍ୟାସ ଦର ବୃଦ୍ଧି ପାଇଁ ବିଜୁ, ଯୁବ, ଛାତ୍ର ଓ ମହିଳା ମାନଙ୍କର ଯୁଦ୍ଧଦେହୀ ପ୍ରତିବାଦ

71

ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । କେନ୍ଦ୍ର ସରକାରଙ୍କ ମନମୁଖୀ ଗ୍ୟାସ ଦର ବୃଦ୍ଧି କରିବା ଫଳରେ ମଧ୍ୟବିତ୍ତ ଗରୀବ ପରିବାର ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୪୦୦ ଟଙ୍କାରୁ ବର୍ତମାନ ୯୦୦ ଟଙ୍କାରେ ପହଞ୍ଚିଲାଣି, ଘରେ ଘରେ ଉଜାଲା ଗ୍ୟାସ କଥା କହି ମହଙ୍ଗା କରି ଚାଲିଛନ୍ତି । କରୋନା ମାଡ ପରେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କର ନିଦ ହଜିଗଲାଣି । ଏଥିପାଇଁ ଆଜି ବିଜୁ ମହିଳା, ଛାତ୍ର ଓ ଯୁବ ଜନତାଦଳ ତରଫରୁ ପ୍ରତିବାଦ କରାଯାଇଛି । ଏହି ସଭାରେ ବ୍ଲକ ମହିଳା ସଭାନେତ୍ରୀ ତୃପ୍ତିମୟୀ କର ସଭାପତିତ୍ୱ କରିଥିଲେ । ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରଆଲ ମୁଖ୍ୟଅତିଥି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ, ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ, ଯୋଗାନନ୍ଦ ମହାନ୍ତି, ଦେବରାଜ ମହାପାତ୍ର ଭବାନୀ ଓଝା, ମନୀନ୍ଦ୍ର ରଥ, ଅଭିଜିତ ସିଂ, ଜିଲ୍ଲାପରିଷଦ ସଭ୍ୟା ମନୋରମା ସାହୁ, ପ୍ରମୁଖ ବକ୍ତବ୍ୟ ରଖିଥିଲେ ବିଧାୟିକା କହିଲେ କେନ୍ଦ୍ର ସରକାର ଯଦି ଗ୍ୟାସ ଦର ନ କମାନ୍ତି ତାହାଲେ ଏ ଲଢେଇ ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବ । ଆଛା ଦିନ ଆମର ନାହିଁ ଦରକାର, ଫେରେଇ ଦିଅ ସେ ପୁରୁଣା ଦିନ ।

Comments are closed.