ଦୁଇଦିନ ପରେ ଖସିବ ପାରଦ

70

ଭୁବନେଶ୍ୱର : ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏବେ ପାଗ ମେଘୁଆ ରହିଛି । ଫଳରେ ରାଜ୍ୟରେ ଶୀତ ପ୍ରଭାବ ଅନୁଭୂତ ହେଉନାହିଁ । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ ଡିଗ୍ରି ଅଧିକ ରହିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରି ସେଲସିୟସ୍ ଅଧିକ ରହିଛି । ଭବାନୀପାଟଣାଠାରେ ୬.୯ ଡିଗ୍ରି, ସମ୍ବଲପୁରଠାରେ ୫.୯ ଡିଗ୍ରି ଓ ଭୁବନେଶ୍ୱରରେ ୪.୨ ଡିଗ୍ରି ସେଲସିୟସ୍ ଲେଖାଏ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଓଡ଼ିଶା ଉପରେ ଏବେ ନିର୍ଦ୍ଦିଷ୍ଟ କୌଣସି ପାଣିପାଗର ନିୟାମକ ନାହିଁ । କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ରହିବା ପରେ ୨୪ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ହେବ ଓ ପାଗ ଖରାଟିଆ ଓ ଶୁଖିଲା ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହି ଦୁଇ ଦିନରେ ରାଜ୍ୟର ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments are closed.