ପୁରୀରେ ପରିକ୍ରମା ମାର୍ଗର ସମୀକ୍ଷା କଲେ ୫-ଟି ସଚିବ

78

ପୁରୀ : ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ପୁରୀରେ ପହଞ୍ଚିଛନ୍ତି । ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ଏହାପରେ ଉତ୍ତର ଦ୍ୱାର ନିକଟ ଐଶାନ୍ୟ କୋଣରେ ଚାଲିଥିବା ଯଜ୍ଞ ସ୍ଥଳ, ସଭା ସ୍ଥଳ ଓ ଶିଳାନ୍ୟାସ ସ୍ଥଳ ବୁଲି ଦେଖିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱର ବିଶାଳ ସିଂ ସମସ୍ତ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କୁ ଅବଗତ କରାଇଥିଲେ ।

Comments are closed.