ଶିଶୁ ଟିକାକରଣରେ ଓଡ଼ିଶା ପ୍ରଥମ

73

ଭୁବନେଶ୍ୱର : ଶିଶୁମାନଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା । କେନ୍ଦ୍ରର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଓଡ଼ିଶାରେ ଟିକାକରଣ ବୁଲି ଦେଖିଛନ୍ତି । ସେହିଭଳି ୯୨.୨ ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି । ଶିଶୁ ମୃତ୍ୟୁ ହାର କମାଇବାରେ ମଧ୍ୟ ଓଡ଼ିଶା ୧ନମ୍ବର ହୋଇଛି ବୋଲି କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ସର୍ଭେ ରିପୋର୍ଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନିତି ଆୟୋଗ ସଦସ୍ୟ ଡ.ଭି.କେ. ପଲ ଉନ୍ମୋଚନ କରିଥିଲେ ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି,୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ମଧ୍ୟରୁ ୮୫ ପ୍ରତିଶତ ପ୍ରଥମ ଡୋଜ । ୪୬ ପ୍ରତିଶତ ହେଉଛି ଦ୍ୱିତୀୟ ଡୋଜ ।

Comments are closed.