ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ନଗର ଉନ୍ନୟନ ସଚିବ

77

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୁଁ କୃତଜ୍ଞ । ଓଡ଼ିଶା ସରକାର ଗୃହ ନିର୍ମାଣ, ପରିମଳ, ସ୍ୱଚ୍ଛତା, ଜଳଯୋଗାଣ ଏବଂ ନଗର ଉନ୍ନୟନରେ କିପରି କାର୍ଯ୍ୟ କରାଯାଉଛି ସେନେଇ ଅବଗତ ହୋଇଛି । ସଠିକ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଯୋଜନାଗୁଡ଼ିକ କିପରି କାର୍ଯ୍ୟକାରୀ କରାଯାଉଛି, ସେ ନେଇ ଉପସ୍ଥିତ ଅଧିକାରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଅବଗତ ହୋଇଥିବା କହିଛନ୍ତି କେନ୍ଦ୍ର ନଗର ଉନ୍ନୟନ ଏବଂ ସହରୀକରଣ ସଚିବ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ଆଜି ନବୀନ ନିବାସ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.