ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ

70

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚାନ ଘୁଞ୍ଚିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସବୁ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । କୌଣସି ପରିସ୍ଥିତିରେ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ । ଏବେ କେବଳ କମିଶନରଙ୍କ ତାରିଖ ଘୋଷଣାକୁ ଅପେକ୍ଷା ରହିଛି । ଠିକ୍ ସମୟରେ ବିଜ୍ଞପ୍ତି ଜାରି ସହ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.