ଡିସେମ୍ବର ପହିଲାରୁ ବିଧାନସଭା, ୨୬ ଦିନ ଚାଲିବ ଗୃହ: ଦିନକୁ ୫ଘଣ୍ଟା

71

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ରୁ ୩୧ ପର୍ଯ୍ୟନ୍ତ ଚାଲିବ । ମୋଟ ୨୬ ଦିନ ଚାଲିବ ଚଳିତ ଅଧିବେଶନ । ବିଧାନସଭା ୧୦.୩୦ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅପରାହ୍ନ ୪ ଟାରୁ ୬ଟା ଚାଲିବ । ଅର୍ଥାତ ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ । ସଂଧ୍ୟା ୫ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ଆଲୋଚନା ହେବ । ବିରୋଧୀଙ୍କୁ ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳକୁ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାବ ଦେଇପାରିବେ । ସେହିପରି ପୂର୍ବପରି ବିଧାନସଭା ଏଥର ମଧ୍ୟ କୋଭିଡ ଗାଇଡ଼ ଲାଇନ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନ ମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ଯଦି କେହି ନିୟମ ନ ମାନନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ।

Comments are closed.