କେଶର ମିଶ୍ରିତ କ୍ଷୀର ସେବନ ଲାଭଦାୟକ

75

ଶୀତଋତୁରେ କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର । କେଶର ଏକ ମହଙ୍ଗା ମସଲା । ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ । କେଶରରେ ୧୫୦ ରୁ ଅଧିକ ଔଷଧୀୟ ଗୁଣ ରହିଛି । ଯାହା କାଶ, ଥଣ୍ଡା, ଜ୍ୱର ଭଳି ଅନେକ ରୋଗର ମୁକାବିଲା କରିବାର ଶକ୍ତି ଦେଇଥାଏ ।

ଶୀତୠତୁରେ କେଶର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଆଙଋୁଗଙଋି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କେଶର ଅତ୍ୟନ୍ତ ଲାଭଦାୟକ । କେଶର ଗଛର ପତ୍ରକୁ ପେଷି ଏହାକୁ ଆଙଋୁଗଙଋିରେ ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ଅନେକ ସମୟରେ କାମର ପ୍ରଭାବ, ଥକ୍କାପଣ, ଜୀବନଶୈଳୀ କାରଣରୁ ଉତ୍ତମ ନିଦ ହୋଇନଥାଏ । ଏହି ସମସ୍ୟା ଦୂର ପାଇଁ କ୍ଷୀରରେ କେଶର ମିଶାଇ ପିଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ । କେଶର ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଖାଦ୍ୟକୁ ହଜମ କରିବାରେ ବେଶ ଲାଭଦାୟକ ହୋଇଥାଏ । ଏହା ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେଶର ତ୍ୱଚା ଓ ଚର୍ମର ଚମକ ବୃଦ୍ଧିରେ ମଧ୍ୟ ବେଶ ସହାୟକ । ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେଶର, କ୍ଷୀର ଏବଂ ଚନ୍ଦନକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ । ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମକ୍ରାରିତା ଅନୁଭବ କରିପାରିବେ ।

କେଶର ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମନ ପ୍ରଫୁଲ୍ଲ ରହିଥାଏ ବୋଲି କୁହାଯାଏ ।

Comments are closed.