ଓମିକ୍ରନ୍ ମୁକାବିଲା : ରାଜ୍ୟକୁ କେନ୍ଦ୍ରର ୬ ପରାମର୍ଶ

67

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନକୁ ନେଇ ବିଭିତ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବା ଏହି ଭୂତାଣୁକୁ ନେଇ ଅନେକ ଦେଶ ଆଲର୍ଟରେ ଥିବାବେଳେ ଭାରତରେ ମଧ୍ୟ ଏହାର ମୁକାବିଲା ପାଇଁ ରଣନୀତି ତିଆରି ହେଉଛି । ଏନେଇ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ଦେଶର ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ରାଜ୍ୟଗୁଡିଙ୍କୁ କେନ୍ଦ୍ର ପକ୍ଷରୁ ୬ ସୁତ୍ରୀୟ ଉପାୟ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ କହିବା ହେଉଛି ଯଦି ଏହି ନିୟମ ସବୁକୁ ପାଳନ କରାଯାଏ । ତେବେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରିହେବ ଓ ଏହାର ମୁକାବିଲା ସହଜ ହୋଇପାରିବ । ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି । ଆରଟିପିସିଆର ଓ ରାପିଡ୍ ଆଣ୍ଟିଜେନ ଟେଷ୍ଟକୁ ଚକ୍ମା ଦେଇପାରେ ଓମିକ୍ରନ୍ କେନ୍ଦ୍ର ସ୍ୱ୍ୱାସ୍ଥ୍ୟ ସଚିବଙ୍କ ଅନୁସାରେ ଓମିକ୍ରନ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ଓ ଆରଟିପିସିଆରକୁ ଚକ୍ମା ଦେଇପାରେ ।

ସଂକ୍ରମିତଙ୍କ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସାରେ ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ଚିହ୍ନଟ ହୋଇନାହିଁ । କିନ୍ତୁ ଏଥିରୁ ସୁରକ୍ଷା ପାଇଁ ରାଜ୍ୟଙ୍କୁ କେନ୍ଦ୍ର ଦେଇଛି ୬ ସୂତ୍ରୀୟ ପ୍ଲାନ୍ । ଯେଉଁଥିରେ ରହିଛି, (୧)କଣ୍ଟେନମେଣ୍ଟ୍ ଜୋନ୍, (୨) ଯାଞ୍ଚ ବୃଦ୍ଧି, (୩) ତଦାରଖ, (୪) ହଟସ୍ପଟ ଉପରେ ନଜର, (୫)ଟିକାକରଣ ବୃଦ୍ଧି ଏବଂ (୬) ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢିକରଣ ସାମିଲ ଅଛି । ଏହା ପୂର୍ବରୁ ନଭେମ୍ବର ୨୮ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟଙ୍କୁ ଚିଠି ଲେଖି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ କହିଥିଲେ । ଓମିକ୍ରନ୍ ଭାରିଆଣ୍ଟ୍ ଗୋଟିଏ ସପ୍ତାହ ତଳେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାଜନକ ବୋଲି କହିଥିଲା । ଭାରତ ଏହି ଭାରିଆଣ୍ଟକୁ ନେଇ ସତର୍କ ଅଛି । ଯେଉଁ ଦେଶରେ ଏହି ଭାରିଆଣ୍ଟ୍ ମିଳିଛି ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି ।

Comments are closed.