ଅପାରଗଙ୍କ ବିରୋଧରେ ୫-ଟି ଛାଟ : ବିଦା ହେଲେ ୪ ପ୍ରଶିକ୍ଷକ

63

ଭୁବନେଶ୍ୱର : ଚାରି ଜଣ କୋଚ୍ଙ୍କୁ ବାଧ୍ୟତାମୂଳକ ଅବସରର ଦେଲେ ରାଜ୍ୟ ସରକାର । ଅପରାଗତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କାଉନସିଲ୍ ଅଫ୍ ସ୍ପୋର୍ଟସ ଏହି ଚାରିଜଣ ପ୍ରଶିକ୍ଷକ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ । ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ କୋଚ୍ ମନୋଜ କୁମାର ଦାସଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ ନେଇ ଏକ ଅନୁଧ୍ୟାନ କମିଟି ଗଠନ ହୋଇଥିଲା । ଆଉ ଏହି କମିଟି ରିପୋର୍ଟ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ପାରଦର୍ଶିତା ନେଇ ଆକଳନ କରାଯିବ ବୋଲି ଉଲ୍ଲେଖ ଥିଲା । ଆଜି ଗ୍ରହଣ କରାଯାଇଥିବା କୋଚ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏହି ଆଧାରରେ ନିଆଯାଇଛି । ପ୍ରଭାକର ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ଶଙ୍କର ଅଧିକାରୀ ଦେଓଗଡ଼ ଜିଲ୍ଲାର କାର୍ଯ୍ୟରତ ଥିଲେ । ମନୋଜ ଦାସ ଭଦ୍ରକରେ କାର୍ଯ୍ୟରତ ଥିଲେ ଏବଂ ଜ୍ଞାନେନ୍ଦ୍ର ବଢ଼େଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭଗରେ କାର୍ଯ୍ୟରତ ଥିଲେ । ପୂର୍ବରୁ ମାଲକାନଗିରିରେ ଥିବାବେଳେ ସେ ଥରେ ନିଲମ୍ବିତ ହୋଇଥିଲେ ।

ଅରୁଣ ରାୟ ଅଗ୍ନିଶମ ବିଭାଗ ଡିଜି :

ବରିଷ୍ଠ ଆଇପିଏସ୍ ଅରୁଣ ରାୟଙ୍କୁ ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ହୋମଗାର୍ଡ ଡିଜି, ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ପୋଲିସ କମ୍ୟୁନିକେସନର ସ୍ପେଶାଲ ଡିଜି ଅଛନ୍ତି ଅରୁଣ ରାୟ । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ଅରୁଣ ରାୟ ।

Comments are closed.