‘ଜୱାଦ’ ପାଇଁ ବାତିଲ ୯୫ ଟ୍ରେନ୍‌

0 75

ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତା କାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର  ରୂପ ନେଇପାରେ । ଏହାପରେ ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ବାତ୍ୟା ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ । ତେବେ ଏହା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ ତାହା ଆଜି ସ୍ପଷ୍ଟ ହେବ ବୋଲି କହିଛନ୍ତି  ଆଇଏମ୍‌ଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଆଯାଉଛି ନିଆଯାଉଛି ଆଗୁଆ ପଦକ୍ଷେପ । ଏପରିକି ୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌କୁ ବାତିଲ କରାଯାଇଛି । ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌କୁ ବାତିଲ୍ କରିଛି ପୂର୍ବତଟ ରେଲୱେ। ବାତ୍ୟା ନେଇ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବତଟ ରେଲୱେ  ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୁରୀ-ଗୁଣପୁର, ଭୁବନେଶ୍ୱର-ରାମେଶ୍ୱରମ୍, ହାୱଡା-ମହିଶୂର, ଭୁବନେଶ୍ୱର-ସିକନ୍ଦରାବାଦ୍, ବିଶାଖାପାଟନା-ରାୟଗଡ଼ା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.