ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ : ବ୍ୟବସ୍ଥାର ପ୍ରତିଫଳନ’ ସମ୍ମିଳନୀ

59

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ(ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବ । ୩ ଓ ୪ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ । ଏହି ସମ୍ମିଳନୀର ଉଦ୍ୟାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେବେ । ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂହ ମଧ୍ୟ ଉଦ୍ଘାଟନୀ ଓ ଉଦ୍ୟାପନୀ ଅଧିବେଶନରେ ଉପସ୍ଥିତ ରହିବେ । ଏହି ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ । ସାଧାରଣ ପ୍ରଶାସନ କ୍ଷେତ୍ରରେ ନବ ଉନ୍ମେଷ ଆଣିବା, ଜୀବନଧାରଣ ମାନରେ ସୁଧାର ଆଣିବା ଲାଗି ଭବିଷ୍ୟତର ଜନସମାଧାନ ପ୍ରକ୍ରିୟାରେ ସୁଧାର, ଇଗଭଣ୍ଣ ର୍ାନ୍ସ ଡିଜିଟାଲ ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରରେ ଅଭିଜ୍ଞତା ବିନିମୟ ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ସାଧାରଣ ପ୍ରଶାସନ ଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ,ମଣିପୁର, ସକ୍କିମ୍, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ଟି ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

Comments are closed.