ଦୁର୍ନୀତିଖୋରଙ୍କୁ ୫-ଟି ଛାଟ : ପୁଣି ବିଦା ହେଲେ ୪ କର୍ମଚାରୀ

75

ଭୁବନେଶ୍ୱର : ଦୁର୍ନୀତି ବିରୋଧରେ କଠୋର ହେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ଆଜି ପୁଣି ୩ କର୍ମ·ରୀଙ୍କ ବିରୋଧଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି । ଏହାଛଡ଼ା ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଦୁଇ କର୍ମ·ରୀଙ୍କ ପେନସନ୍ ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ପରେ ଦୁର୍ନୀତିଖୋର୍ ଓ ଅପାରଗ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ତିନି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲିଟି ଓ ଛତ୍ରପୁର ଏନ୍ଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଲଳିତା କପୁର । ତାଙ୍କ ନାଁରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ଅର୍ଥ ଆତ୍ମସାତ ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାଁରେ ରହିଛି । ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଆଉ ଜଣେ କର୍ମଚାରୀ ହେଉଛନ୍ତି ବେଲପାହାଡ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ଅବସର ଦିଆଯାଇଛି । ଠିକ୍ ସେହିପରି ଝାରସୁଗୁଡା ମ୍ୟୁନିସିପାଲିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ପରି ଅଭିଯୋଗ ତାଙ୍କ ନାଁରେ ରହିଛି । ସେପଟେ ରାଜ୍ୟ ସରକାର ଆଜି ପୁରୀ ଜିଲ୍ଲା ବେତାଲ ଆର୍ଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ପରିଡାଙ୍କୁ ବହିଷ୍କୃତ କରିଛନ୍ତି । ଦୁର୍ବ୍ୟବହାର, ବିଶୃଙ୍ଖଳିତ ଅଚରଣ, କର୍ତ୍ତବ୍ୟରେ ଅବହେଳା ଏବଂ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପରି ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଚାକିରିରୁ ବିଦା ହୋଇଥିବା ୪ ଅଧିକାରୀଙ୍କ ସମ୍ପର୍କରେ ମଧ୍ୟ ମୋ’ ସରକାର ଫେସ୍ବୁକ୍ରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।

Comments are closed.